Below header

କାର୍ତ୍ତିକ ଆର୍ଯ୍ୟନ ବୁଝି ପାରିଲେନି ଦୀପିକାଙ୍କ ଏହି ଶବ୍ଦର ଅର୍ଥ, ପଚାରି ବସିଲେ ଏମିତି କିଛି….

ବଲିଉଡ଼ ଷ୍ଟାର ମାନେ ନିଜ ଅଭିନୀତ ଫିଲ୍ମ ବ୍ୟତୀତ ସୋସିଆଲ ମିଡ଼ିଆ ପୋଷ୍ଟ ଗୁଡିକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସମୟରେ ସେଲିବ୍ରିଟି ମାନେ ଭିନ୍ନ ଭିନ୍ନ ଘଟଣା ମାନଙ୍କୁ ନେଇ ନିଜ ନିଜ ପ୍ରତିକ୍ରିୟା ମାନ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଫିଲ୍ମ ଷ୍ଟାର ମାନେ ଅଧିକାଂଶ ସମୟରେ ନିଜର ବିଶେଷ ଫଟୋ ଓ ଭିଡିଓ ଆଦିକୁ ସେୟାର କରି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତି । ଏହି କିଛି ଦିନ ହେବ ବଲିଉଡର ଜଣେ ସୁନ୍ଦରୀ ଦୀପିକାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ ଭାବେ ଦୀପିକା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଥିବା ଜଣାଯାଇଛି । ପ୍ରକୃତରେ କିଛି ଦିନ ତଳେ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଥିଲେ ।

kartik

ତାଙ୍କର ଏହି ଥ୍ରୋ ବ୍ୟାକ ଫଟୋ ଗୁଡିକ କାନ ଫେଷ୍ଟିଭାଲ ସମୟର । ଭିଡିଓ ଟିରେ ଦୀପିକା ନିଜ ମେକଅପ ରୁମରେ ଫେଷ୍ଟିଭାଲରେ ଭାଗ ନେବାକୁ ପ୍ରସ୍ତୁତ ହେବା ସମୟରେ ଏକ ମସ୍ତି ଭରା ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି | ଭିଡିଓ ଟିକୁ ସେୟାର କରି ଅଭିନେତ୍ରୀ ଜଣଙ୍କ ଏକ ମଜାଦାର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । କିନ୍ତୁ ଦୀପିକା ଲେଖିଥିବା ଏହି କ୍ୟାପ୍ସନର ଶବ୍ଦର ଅର୍ଥ ବୁଝି ପାରି ନାହାନ୍ତି କାର୍ତ୍ତିକ ଆର୍ଯ୍ୟାନ । ପ୍ରକୃତରେ ଦୀପିକା ନିଜ କ୍ୟାପ୍ସନରେ ଇଂଲିଶରେ ଲେଖିଥିଲେ । ଦୀପିକା ଲେଖିଥିବା ର ଅର୍ଥ ବୁଝିପାରିନାହାନ୍ତି କାର୍ତ୍ତିକ । ଫଳରେ କାର୍ତ୍ତିକ କମେଣ୍ଟ କରି ଏହି ଶବ୍ଦର ଅର୍ଥ ପଚାରିଛନ୍ତି । କାର୍ତ୍ତିକଙ୍କ ଏହି ପ୍ରଶ୍ନର ଉତ୍ତର ବି ଦୀପିକା ଖୁବ ମଜାଳିଆ ଅନ୍ଦାଜରେ ଦେଇଛନ୍ତି । ଦୀପିକାଙ୍କ ଅନୁଯାୟୀ କୌଣସି ବ୍ୟକ୍ତି ଖୁବ ଖୁସି କିମ୍ବା ଏକ୍ସାଇଟେଡ ଥିବା ସମୟରେ ହିଁ ଏମିତି କିଛି ମଜାଦାର କାମ କରି ବସିଥାଏ ।

ସୋସିଆଲ ମିଡ଼ିଆ ଜରିଆରେ ସେୟାର ହୋଇଥିବା ଦୀପିକା ଓ କାର୍ତ୍ତିକଙ୍କ ଏହି କମେଣ୍ଟକୁ ନେଇ ସେମାନଙ୍କ ଫ୍ୟାନ୍ସ ମାନେ ବି ଖୁବ ପ୍ରତିକ୍ରିୟା ରଖିଛନ୍ତି । କହିରଖିବା ଉଚିତ ହେବକି, ଏଯାବତ ଦୀପିକା ଓ କାର୍ତ୍ତିକ ଏକାଠି କୌଣସି ସିନେମାରେ ନଜର ଆସିନାହାନ୍ତି । କାର୍ତ୍ତିକ ଆର୍ଯ୍ୟନ ଶେଷ ଥର ପାଇଁ ଇମ୍ତିୟାଜ ଅଲ୍ଲୀ ଙ୍କ ସିନେମା “ଲଭ ଆଜ କାଲ”ରେ ନଜର ଆସିଥିଲେ । ଏହି ଭୂମିକାରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ସାରା ଅଲ୍ଲୀ ଖାଁନ । ଯେବେକି ଦୀପିକାଙ୍କ ଅଭିନୀତ ସିନେମା “ଛପାକ” ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.