ରାଜ୍ୟ

ରାଜଧାନୀରେ ଛେଚୁଛି ବର୍ଷା, ଆଗାମୀ ୩ ଘଣ୍ଟା ଭିତରେ ୧୧ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଦଳିଲା ପାଗ। ଘଡ଼ଘଡ଼ି ସହ ବର୍ଷା ପବନ। ବିଜୁଳି ମାରିବା ସହ ପ୍ରବଳ ବର୍ଷା । ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ କରାଯାଇଛି। ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଆଜି ଓଡ଼ିଶା ଛୁଇଁବ ମୌସୁମୀ। ଏଥିପାଇଁ ପାଗ ଅନୁକୂଳ ରହିଛି । ଖୋର୍ଦ୍ଧା, କଟକ ଓ ପୁରୀର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ପ୍ରାକ୍‌ ମୌସୁମୀ ବର୍ଷା ।

ମଙ୍ଗଳବାରଠୁ ବର୍ଷା ଆରମ୍ଭ ହୋଇଥିବାବେଳେ ବୁଧବାର ବର୍ଷାର ବିସ୍ତତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଓ ପବନର ଦିଗ ମୌସୁମୀ ଓଡ଼ିଶା ପ୍ରବେଶ ସମ୍ଭାବନା ବୃଦ୍ଧି କରିଛି । ତେଣୁ ଆଜି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ସ୍ପର୍ଶ କରିପାରେ । ଦକ୍ଷିଣର ଅନେକ ଅଞ୍ଚଳରେ ପ୍ରାକ୍‌ ମୌସୁମୀ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି । ଗତ ୩୬ ଘଣ୍ଟା ମଧ୍ୟରେ ଏହି ସବୁ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଜିଠୁ ବର୍ଷାର ବିସ୍ତତି ବଢିବା ସହ ପରିମାଣ ବଢିବ। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ୩ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

 

Barsha

Recent Posts

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

35 mins ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

1 hour ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

2 hours ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

2 hours ago

ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌ ।…

2 hours ago

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

2 hours ago