ରାଜ୍ୟ

ରାଜଧାନୀରେ ଜୋରଦାର ହେଲା ଚେକିଂ ବ୍ଲକିଂ,  ଗାଡ଼ି ସହ ମଦୁଆ ଡ୍ରାଇଭରକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରାତି ଚେକିଂ କଡ଼ାକଡ଼ି। ଜୋରଦାର ହେଲା ଚେକିଂ ବ୍ଲକିଂ। କାଗଜ ପତ୍ର ଚେକିଂ ସହ ଡିକି ଏବଂ ସିଟ ତଳ ସବୁ କିଛି ଟିକନିଖ ଯାଞ୍ଚ କରାଯାଇଛି। ଗାଡ଼ି ଡିକିରୁ ଜବତ ହେଲା ମଦ। ଚେକିଂ ବେଳେ ଗାଡ଼ି ଜବତ ସହ ଡ୍ରାଇଭରକୁ ଗିରଫ କଲା ପୋଲିସ। ଦାମୀ ଗାଡ଼ି ଚଳାଉଥିବା କୌଣସି ବଡ଼ ବଡ଼ିଆ ହୁଅନ୍ତୁ ଅବା ଟ୍ୟାକ୍ସି ଚାଳକ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଧରାପଡ଼ିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ସମସ୍ତ ଛକ ବଜାର ଓ ଏଣ୍ଟ୍ରି ପଏଣ୍ଟରେ ବ୍ୟାରିକେଡିଂ କରି ଚେକିଂ କରିଛି କମିଶନରେଟ ପୋଲିସ।

ଗତକାଲି ୫୩ ଟି ସ୍ଥାନରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ପୋଲିସ କମିଶନର, DCPଙ୍କ ସମେତ ବହୁ ଅଧିକାରୀ  ଚେକିଂରେ ସାମିଲ ଥିଲେ। ଆଗକୁ ଏଭଳି ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।

ପୂର୍ବରୁ ମଦ୍ୟପ ବାଇକ୍ ଚାଳକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଥିଲାପୋଲିସ । ଏଥର କାର୍ ଓ ଟ୍ୟାକ୍ସିଂ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଟ୍ରାଫିକ ସିଗ୍ନାଲ୍ ଅବମାନନା, ରଙ୍ଗ ରୁଟ୍‌ରେ ଗାଡ଼ି ଚାଳନା, ଗାଡ଼ି ଚଲାଇବାବେଳେ ମୋବାଇଲ ବ୍ୟବହାର ଉପରେ ବି ଆକ୍ସନ ନେଉଛି ପୋଲିସ  ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago