ରାଜଧାନୀରେ ଜୋରଦାର ହେଲା ଚେକିଂ ବ୍ଲକିଂ, ଗାଡ଼ି ସହ ମଦୁଆ ଡ୍ରାଇଭରକୁ ଗିରଫ କଲା ପୋଲିସ
ରାଜଧାନୀରେ ରାତି ଚେକିଂ କଡ଼ାକଡ଼ି। ଜୋରଦାର ହେଲା ଚେକିଂ ବ୍ଲକିଂ। କାଗଜ ପତ୍ର ଚେକିଂ ସହ ଡିକି ଏବଂ ସିଟ ତଳ ସବୁ କିଛି ଟିକନିଖ ଯାଞ୍ଚ କରାଯାଇଛି। ଗାଡ଼ି ଡିକିରୁ ଜବତ ହେଲା ମଦ। ଚେକିଂ ବେଳେ ଗାଡ଼ି ଜବତ ସହ ଡ୍ରାଇଭରକୁ ଗିରଫ କଲା ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରାତି ଚେକିଂ କଡ଼ାକଡ଼ି। ଜୋରଦାର ହେଲା ଚେକିଂ ବ୍ଲକିଂ। କାଗଜ ପତ୍ର ଚେକିଂ ସହ ଡିକି ଏବଂ ସିଟ ତଳ ସବୁ କିଛି ଟିକନିଖ ଯାଞ୍ଚ କରାଯାଇଛି। ଗାଡ଼ି ଡିକିରୁ ଜବତ ହେଲା ମଦ। ଚେକିଂ ବେଳେ ଗାଡ଼ି ଜବତ ସହ ଡ୍ରାଇଭରକୁ ଗିରଫ କଲା ପୋଲିସ। ଦାମୀ ଗାଡ଼ି ଚଳାଉଥିବା କୌଣସି ବଡ଼ ବଡ଼ିଆ ହୁଅନ୍ତୁ ଅବା ଟ୍ୟାକ୍ସି ଚାଳକ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଧରାପଡ଼ିଲେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ସମସ୍ତ ଛକ ବଜାର ଓ ଏଣ୍ଟ୍ରି ପଏଣ୍ଟରେ ବ୍ୟାରିକେଡିଂ କରି ଚେକିଂ କରିଛି କମିଶନରେଟ ପୋଲିସ।
ଗତକାଲି ୫୩ ଟି ସ୍ଥାନରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ପୋଲିସ କମିଶନର, DCPଙ୍କ ସମେତ ବହୁ ଅଧିକାରୀ ଚେକିଂରେ ସାମିଲ ଥିଲେ। ଆଗକୁ ଏଭଳି ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।
ପୂର୍ବରୁ ମଦ୍ୟପ ବାଇକ୍ ଚାଳକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଥିଲାପୋଲିସ । ଏଥର କାର୍ ଓ ଟ୍ୟାକ୍ସିଂ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଟ୍ରାଫିକ ସିଗ୍ନାଲ୍ ଅବମାନନା, ରଙ୍ଗ ରୁଟ୍ରେ ଗାଡ଼ି ଚାଳନା, ଗାଡ଼ି ଚଲାଇବାବେଳେ ମୋବାଇଲ ବ୍ୟବହାର ଉପରେ ବି ଆକ୍ସନ ନେଉଛି ପୋଲିସ ।