Below header

ରାଜ୍ୟରେ ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ, ଆଜି ହୋଇପାରେ ବିଧିବଦ୍ଧ ଘୋଷଣା

ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ। ଏବେ କେବଳ ଘୋଷଣାକୁ ଅପେକ୍ଷା । ଆଜି ବିଜେଡି-ବିଜେପି ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା ହୋଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ମେଣ୍ଟ ନେଇ ଆଉ ନାହିଁ ଦ୍ବନ୍ଦ୍ବ। ଏବେ କେବଳ ଘୋଷଣାକୁ ଅପେକ୍ଷା । ଆଜି ବିଜେଡି-ବିଜେପି ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା ହୋଇପାରେ । ଗତକାଲି ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ୨୧ଜଣ ବରିଷ୍ଠ ନେତା ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଷ୍ଟ୍ରାଟେଜି ନେଇ ବ୍ୟାପକ ଆଲୋଚନା ହୋଇଥିଲା । ବୈଠକ ପରେ ସୂଚନା ଦେଇଥିଲେ ଦଳର ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ସାଧାରଣ ସଂପାଦକ ଅରୁଣ ସାହୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇ ଚାଲିଛି । ରାଜ୍ଯକୁ ଉଚ୍ଚତର ସୋପାନକୁ ନେବା ପାଇଁ ପ୍ରୟାସ ଜାରି ରହିଛି ।

୨୦୩୬ରେ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରୁଛି ଓଡ଼ିଶା। ଏହି ସମୟ ମଧ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଏଣୁ ରାଜ୍ୟବାସୀଙ୍କ ବୃହତ୍ତର ସ୍ବାର୍ଥ ଓ ରାଜ୍ୟର ହିତ ଦୃଷ୍ଟିରୁ ଯାହା ଆବଶ୍ଯକ ପଡ଼ିବ ଦଳ ସେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବୀ ମିଶ୍ର। ଅରୁଣ ସାହୁ କହିଛନ୍ତି, ରାଜ୍ଯ ସ୍ବାର୍ଥ ଅନୁସାରେ ନିଷ୍ପତ୍ତି ନିଆଯିବ । ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.