Below header

ତାତିରୁ ଆଶ୍ଵସ୍ତି : ରାଜ୍ୟରେ ୧୦ ଯାଏ ବର୍ଷା, ୧୧ରୁ ପୁଣି ଗରମ ଆରମ୍ଭ

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ୧୦ ତାରିଖ ଯାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୧୧ ତାରିଖ ବେଳକୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନହିଁ । ୧୦ ତାରିଖ ଯାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

୧୧ ତାରିଖ ବେଳକୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି । ଏବେ ରାତିର ତାପମାତ୍ରା ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠୁ ଅଧିକ ରହୁଛି । ସେହିପରି ଦିନର ତାପମାତ୍ରା ମଧ୍ୟ କିଛି ସ୍ଥାନରେ ଅଧିକ ରହୁଥିବାରୁ ତାତି ଅନୁଭୂତ ହେଉଛି । ଗତକାଲି ୧୧ଟି ସହରର ଦିର ତାପମାତ୍ରା ୩୬ ଡିଗ୍ରି ସେଲସିୟସ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.