Below header

ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୪ ଗୁରୁତର

ବିବାହ ଭୋଜି ଖାଇ ଜଣେ ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗତକାଲି ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମାଲକାନଗିରି (କେନ୍ୟୁଜ): ବିବାହ ଭୋଜି ଖାଇ ଜଣେ ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗତକାଲି ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଅନୁସାରେ ବନ୍ଧଗୁଡା ଗ୍ରାମର ମା’ ଧନ ନାଲି ସହ ତାଙ୍କର ଚାରି ଶିଶୁ ଏକ ବାହା ଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଯାଇଥିଲେ। ତେବେ ଭୋଜି ଖାଇ ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ପରିବାର ସମସ୍ତେ ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମସ୍ତଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ମାଥିଲି ମେଡିକାଲରେ ଜଣେ ଶିଶୁ କନ୍ୟାଙ୍କୁ ମୃତ୍ୟୁ ଘଟିଥିବ ବେଳେ ଅନ୍ୟମାନେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଅନ୍ୟ ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.