ରାଜ୍ୟ

ବିଜେଡିର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ

ଭୁବନେଶ୍ୱର(କେନ୍ୟୁଜ୍‌): ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଝାରସୁଗୁଡ଼ା ଆସନରେ ଦୀପାଳି ଦାସଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି । ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର, ବିନୟ କୁମାର ଟପ୍ପୋଙ୍କୁ ତଳସରା, ଯୋଗେଶ ସିଂଙ୍କୁ ସୁନ୍ଦରଗଡ଼, ଅନୀଲ ବରୁଆଙ୍କୁ ରାଜଗାଙ୍ଗପୁର ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବଣାଇ ଆସନରେ ଭୀମସେନ ଚୌଧୁରୀ, ଯଶୀପୁରରେ ଚକ୍ରଧର ହେମ୍ରମ, ଉଦଳା ଆସନରେ ଶ୍ରୀନାଥ ସୋରେନ, ବାରିପଦାରେ ସାନନ୍ଦ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ଦଳ । ଅନସୂୟା ପାତ୍ରଙ୍କୁ ବଡ଼ସାହି, ପ୍ରୀତିନନ୍ଦା କାନୁନଗୋଙ୍କୁ ମୋରଡ଼ା, ମାଧବ ଧଡ଼ାଙ୍କୁ ସୋର, ନଳିନୀ କାନ୍ତ ପ୍ରଧାନଙ୍କୁ ଆଠମଲ୍ଲିକ, ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର, ଅଧିରାଜ ପାଣିଗ୍ରାହୀଙ୍କୁ ଖଡ଼ିଆଳ ଆସନରେ ପ୍ରାର୍ଥୀ କରାଯାଇଛି । କନ୍ଧମାଳ ଆସନରେ ଜୟଶ୍ରୀ କହଁର, ତିର୍ତ୍ତୋଲରେ ରମାକାନ୍ତ ଭୋଇ, ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ବର ଉତ୍ତରରେ ସୁଶାନ୍ତ କୁମାର ରାଉତ, ଏକାମ୍ର ଭୁବନେଶ୍ବରରେ ଅଶୋକ ପଣ୍ଡାଙ୍କ ନାଁ ଘୋଷଣା କରିଛି ବିଜେଡି । ମାହାଙ୍ଗା ଆସନରେ ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି । ସୂର୍ଯ୍ୟମଣି ବୈଦ୍ୟଙ୍କୁ ଖଲିକୋଟ, ମଞ୍ଜୁଳା ସ୍ବାଇଁଙ୍କୁ ଆସ୍କା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଆସନରେ ନାଁ ଘୋଷଣା କରାଯାଇଛି । ପାରଳାଖେମୁଣ୍ଡି ଆସନରେ ରୂପେଶ ପାଣିଗ୍ରାହୀ, ମୋହନାରେ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ପଟାଙ୍ଗୀରେ ପ୍ରଫୁଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡି । ଏହା ସହ ମୋଟ ୯୯ ଆସନ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

ଦୀପାଳି ଦାସ- ଝାରସୁଗୁଡ଼ା
ଅଳକା ମହାନ୍ତି- ବ୍ରଜରାଜନଗର
ବିନୟ କୁମାର ଟପ୍ପୋ- ତଳସରା
ଯୋଗେଶ ସିଂ- ସୁନ୍ଦରଗଡ଼
ଅନୀଲ ବରୁଆ- ରାଜଗାଙ୍ଗପୁର
ଭୀମସେନ ଚୌଧୁରୀ- ବଣାଇ
ଚକ୍ରଧର ହେମ୍ରମ-, ଯଶୀପୁର
ଶ୍ରୀନାଥ ସୋରେନ- ଉଦଳା
ସାନନ୍ଦ ମାରାଣ୍ଡି- ବାରିପଦା
ଅନସୂୟା ପାତ୍ର- ବଡ଼ସାହି
ପ୍ରୀତିନନ୍ଦା କାନୁନଗୋ- ମୋରଡ଼ା
ମାଧବ ଧଡ଼ା- ସୋର
ନଳିନୀ କାନ୍ତ ପ୍ରଧାନ- ଆଠମଲ୍ଲିକ
ପଦ୍ମନାଭ ବେହେରା- ବୀରମହାରାଜପୁର
ଅଧିରାଜ ପାଣିଗ୍ରାହୀ- ଖଡ଼ିଆଳ
ଜୟଶ୍ରୀ କହଁର- କନ୍ଧମାଳ
ରମାକାନ୍ତ ଭୋଇ- ତିର୍ତ୍ତୋଲ
ପ୍ରଶାନ୍ତ କୁମାର ମୁଦୁଲି- ଜଗତସିଂହପୁର
ସୁଶାନ୍ତ କୁମାର ରାଉତ- ଭୁବନେଶ୍ବର ଉତ୍ତର
ଅଶୋକ ପଣ୍ଡା- ଏକାମ୍ର ଭୁବନେଶ୍ବର
ଅଙ୍କିତ ପ୍ରତାପ ଜେନା- ମାହାଙ୍ଗା
ସୂର୍ଯ୍ୟମଣି ବୈଦ୍ୟ- ଖଲିକୋଟ
ମଞ୍ଜୁଳା ସ୍ବାଇଁ- ଆସ୍କା
ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ- ବ୍ରହ୍ମପୁର
ରୂପେଶ ପାଣିଗ୍ରାହୀ- ପାରଳାଖେମୁଣ୍ଡି
ଅନ୍ତର୍ଯ୍ୟାମୀ ଗମାଙ୍ଗୋ – ମୋହନା
ପ୍ରଫୁଲ ପାଙ୍ଗି- ପଟାଙ୍ଗୀ

 

Sasmita

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago