ରାଜ୍ୟ

ସମ୍ବଲପୁର ଗସ୍ତରେ ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ, ୪ଟି ଲୋକସଭା ନିର୍ବାଚନମଣ୍ଡଳୀର କଲେ ସମୀକ୍ଷା

ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସମ୍ବଲପୁର ଗସ୍ତରେ ଆସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି l ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ ଓ ବରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି l ଏଥିରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାର ୨୮ ଟି ବିଧାନସଭା କ୍ଷେତ୍ର ଉପରେ ଆଲୋଚନା ହୋଇଛି l

ଏହି ବୈଠକରେ ସମସ୍ତ ଜ଼ିଲ୍ଲାର ଜ଼ିଲ୍ଲାପାଳ ଓ ଏସପି ମାନେ ଉପସ୍ଥିତ ଥିଲେ। ୨୦୨୪ ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭୋଟରଙ୍କ ସୁବିଧା ପାଇଁ ବ୍ଯବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିଂ ପର୍ସନାଲ ଓ ମୋବାଇଲ ପାର୍ଟି କିପରି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ଆଲୋଚନା କରିଛନ୍ତି। ଦିବ୍ଯାଙ୍ଗ ଭୋଟର ଓ ସିନିୟର ସିଟିଜେନଙ୍କୁ ଘରୁ ପୋଲିଂ ଷ୍ଟେସନ ଆଣି ଘରକୁ ପହଂଚାଇବା ପର୍ଯ୍ଯନ୍ତ ଗାଡିର ବ୍ଯବସ୍ଥା ହେବ। କେତେକ ଭୋଟର ପୋଷ୍ଟାଲ ବାଲାଟର ସୁବିଧା ନେଇ ପାରିବେ ଓ ତାହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି।

ଆଚରଣ ବିଧି ଯେପରି ଉଲ୍ଲଂଘନ ନହୁଏ, ତା ଉପରେ ଜିଲ୍ଲାପାଳମାନେ ଧ୍ଯାନ ଦେବେ। ୬୦ରୁ ୭୦ ବୁଥରେ ଓ୍ବେବ କାଷ୍ଟିଂ କରାଯିବ ବୋଲି ସିଇଓ କହିଛନ୍ତି। ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

Niharanjan

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

5 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

35 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago