ଦେଶ ବିଦେଶ

ଇସ୍ରାଏଲ ଗଲେ ଭାରତୀୟ ଶ୍ରମିକ, ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ କରିବେ ପୁନଃନିର୍ମାଣ କାର୍ଯ୍ୟ

ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ଶ୍ରମିକମାନଙ୍କର ପ୍ରଥମ ବ୍ୟାଚ୍ ଗସ୍ତ କରିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ ନିଜ X ହ୍ୟାଣ୍ଡେଲରେ ଏହି ସୂଚନା ଦେବାସହ ୬୦ରୁ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲ ଗସ୍ତ କରିଥିବା ଉଲ୍ଲେଖ କରିଛନ୍ତି। ଭାରତ ସରକାରଙ୍କ ସହ ଚୁକ୍ତିନାମା ଅନୁଯାୟୀ ୬୦ରୁ ଅଧିକ ଭାରତୀୟ ନିର୍ମାଣ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲକୁ ପଠାଇଛୁ ବୋଲି ଉଲ୍ଲେଖ କରିବା ସହ ଏହି ଲୋକମାନେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କର ରାଷ୍ଟ୍ରଦୂତ ହେବେ ବୋଲି କହିଛନ୍ତି।

ନଭେମ୍ବର ୨୦୨୩ରେ ନିର୍ମାଣ ଶ୍ରମିକଙ୍କ ଜରୁରୀ ଆବଶ୍ୟକତା ବିଷୟରେ ଇସ୍ରାଏଲ୍ ସରକାର, ଭାରତ ସରକାରଙ୍କୁ କହିଥିଲେ ଏବଂ ଗତ ଡିସେମ୍ବରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏବିଷୟରେ କଥା ହୋଇଥିଲେ।

ଗତ କିଛି ମାସ ମଧ୍ୟରେ, ଇସ୍ରାଏଲ୍ କମ୍ପାନୀଗୁଡ଼ିକ ହରିୟାଣା ଏବଂ ୟୁପିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଯେତେବେଳେ ଏହି ନିଯୁକ୍ତି ଆରମ୍ଭ ହେଲା, ବାଣିଜ୍ୟ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ କାର୍ଯ୍ୟକର୍ତ୍ତାମାନେ କହିଥିଲେ ଯେ, ଏହି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ସମସ୍ତ ନିୟମକୁ ଅଣଦେଖା କରୁଛନ୍ତି। ଯାହା ଅଧୀନରେ ଚାକିରୀ ପାଇଁ ବିବାଦୀୟ ଅଞ୍ଚଳକୁ ଯାଉଥିବା ଭାରତୀୟ ଶ୍ରମିକମାନେ ସୁରକ୍ଷା ପାଇପାରିବେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଚାଲିଛି ଏବଂ ଦେଶରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦେଖାଦେଇଛି।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

2 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

4 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

5 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

6 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

7 hours ago