ରାଜ୍ୟ

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା: ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Sasmita

Recent Posts

ଆଜି ଏନଡିଏ ସାଂସଦଙ୍କ ବୈଠକ, ସାମିଲ ହେବେ ଓଡ଼ିଶା ନବନିର୍ବାଚିତ ୨୦ ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଏନଡିଏ ନେତାଙ୍କ…

2 mins ago

ରାଜ୍ୟରେ କଲବଲ କରୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ…

14 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

7 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

9 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

11 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

11 hours ago