ରାଜ୍ୟ

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ, ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କରିବେ ଲୋକାର୍ପଣ

ପିପିଲି (କେନ୍ୟୁଜ): ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳମଣିଙ୍କ ବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗାଁ । ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟାରେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯିବେ । ସେଠାରୁ ବ୍ୟାଟେରୀ ଗାଡ଼ିରେ ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଯିବେ ମୁଖ୍ୟମନ୍ତ୍ରୀ । ନୂତନ ଭାବରେ ସ୍ଥାପନ ହୋଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ପରେ ନବ ନିର୍ମିତ ମ୍ୟୁଜିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏଥିପାଇଁ ସଭାସ୍ଥଳଠାରୁ ସୁଆଣ୍ଡୋ ଗାଁର ଲୋକେଶ୍ୱର ମନ୍ଦିର, ଉତ୍କଳମଣିଙ୍କ ଜନ୍ମପୀଠ, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି । ନୂଆରୂପରେ ଝଲସୁଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ପୀଠ ଏବେ ପାଇଛି ଜୀବନ୍ୟାସ । ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର, ଜନ୍ମପୀଠ ପରିକ୍ରମା ରାସ୍ତା ସହିତ ସଂଗ୍ରହାଳୟ ସହ ସୂଚନା କେନ୍ଦ୍ର କାର୍ଯ୍ୟ ମଧ୍ୟ ସରିଛି । ଏହାସହିତ ନିର୍ମାଣ ହୋଇଛି ଶିଶୁ ପାର୍କ । ୨୫ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ହୋଇଛି । ଉତ୍କଳମଣିଙ୍କ ଜନ୍ମସ୍ଥାନ ନିକଟରେ ନୂତନ ପୁଷ୍ପରିଣୀ ଖୋଳାଯାଇଛି । ଗାଁରେ ଥିବା ପୁରାତନ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ ହୋଇଛି । ପ୍ରତିଷ୍ଠା ହୋଇଛି ରାଧା ବିନୋଦ ବିହାରୀ ମନ୍ଦିର । ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ପୁନଃବିକଶିତ ଜନ୍ମପୀଠ ପ୍ରକଳ୍ପର ଲୋକାର୍ପଣ ଥିବାରୁ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ଅଛନ୍ତି । ୨୦ରୁ ୨୫ ହଦାର ଲୋକଙ୍କ ସମାଗମ ଆଶା କରାଯାଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସୁଆଣ୍ଡୋ ଗାଁ ଓ ସଭାସ୍ଥଳ ଉପରେ ନଜର ରଖିଛି ସିସିଟିଭି ।

Barsha

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

16 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

18 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

21 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

28 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

42 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago