ରାଜ୍ୟ

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣା: ଆଜି ଗୃହରେ ୩ ଘଣ୍ଟା ପାଇଁ ଚାଲିବ ‘ମୋସନ୍‌’ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣାରେ ଆଜି ଗୃହରେ ମୋସନ୍‌ ଆଲୋଚନା। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମୋସନ ଆଲୋଚନା ଦାବି କରିଥିବାବେଳେ ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରିଛନ୍ତି। ଆଜି ଗୃହ କାର୍ଯ୍ୟର ସମୟ ଆଉ ଅତିରିକ୍ତ ୨ ଘଣ୍ଟା ବୃଦ୍ଧି କରାଯିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଗୃହରେ ମୋସନ ଆଲୋଚନା ହେବ ବୋଲି ଜଣାପଡିଛି।

ଗତକାଲି ନବ ଦାସଙ୍କ ହକୃତ୍ୟାକାଣ୍ଡ ଓ ଏହାର ତଦନ୍ତକୁ ନେଇ ଗତକାଲି ବିରୋଧୀ ଦଳ ଗୃହରେ ପ୍ରବଳ ତମ୍ବିତଫାନ କରିଥିଲେ। ନବ ଦାସ ହତ୍ୟାକାଣ୍ଡରେ ବିଜେପି ସିବିଆଇ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ କହିଥିଲା SIT ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା କେନ୍ଦ୍ରର ଚାଷୀ ଓ ଗରୀବ ମାରଣ ନୀତି ଚଳିବ ନାହିଁ।ଶାସକ-ବିରୋଧୀଙ୍କ ପୋଷ୍ଟର ୱାର ଓ ହୋ ହଲ୍ଲା ଭିତରେ ବଜେଟି ଅଧିବେଶନ ଦ୍ୱିତୀୟ ଦିନ ଏକପ୍ରକାର ଧୋଇ ହୋଇଯାଇଥିଲା। ଫଳରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଆଜି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Barsha

Recent Posts

ସାମସଙ୍ଗ୍‌ ଲଞ୍ଚ କଲା ସ୍ମାର୍ଟ ସ୍ନିକର୍ସ, ଏବେ ଜୋତାରେ କଣ୍ଟ୍ରୋଲ ହେବ ଆପଣଙ୍କ ଫୋନ

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ୍‌ ପ୍ରସ୍ତୁତ କରାଯାଉଛି । ଏହି ଡିଭାଇସ୍‌ ଦ୍ୱାରା…

7 mins ago

ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ଏମିତି ହୋଇପାରେ ସମ୍ଭାବ୍ୟ ବିଭାଗ ତାଲିକା

ଭୁବନେଶ୍ୱର (କେନ୍ୟୁଜ):  ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ । ଆଜି ଅପେକ୍ଷାର ଅନ୍ତ ଘଟିବ ।…

17 mins ago

ବାରମ୍ବାର ଜିନିଷ ରଖି ଭୁଲିଯାଉଛନ୍ତି କି? ସ୍ମୃତିଶକ୍ତି ବଢାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ବୟସ ବଢିବା ସହିତ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେବା ଏକ ସାଧାରଣ କଥା । କିନ୍ତୁ,…

19 mins ago

କୋର୍ଟର ଦ୍ବାରସ୍ଥ ହେଲେ ରବିନା ଟଣ୍ଡନ, ନକଲି ମାରପିଟ୍ ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କୁ ପଠାଇଲେ ନୋଟିସ୍

କିଛି ଦିନ ପୂର୍ବରୁ ରବିନା ଟଣ୍ଡନ୍ ଲାଇମ୍ ଲାଇଟକୁ ଆସିଥିଲେ ଯେତେବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।…

43 mins ago

ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ‘X’ରେ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ୱାଧୀନତା ଦିବସ ଠାରୁ ଓଡ଼ିଶାରେ ବନ୍ଦ ହେବ ଦେଶୀ ବିଦେଶୀ ମଦ…

1 hour ago

ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ…

2 hours ago