ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣା: ଆଜି ଗୃହରେ ୩ ଘଣ୍ଟା ପାଇଁ ଚାଲିବ ‘ମୋସନ୍’ ଆଲୋଚନା
ଆଜି ଗୃହ କାର୍ଯ୍ୟର ସମୟ ଆଉ ଅତିରିକ୍ତ ୨ ଘଣ୍ଟା ବୃଦ୍ଧି କରାଯିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଗୃହରେ ମୋସନ ଆଲୋଚନା ହେବ
ଭୁବନେଶ୍ୱର (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ଘଟଣାରେ ଆଜି ଗୃହରେ ମୋସନ୍ ଆଲୋଚନା। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମୋସନ ଆଲୋଚନା ଦାବି କରିଥିବାବେଳେ ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରିଛନ୍ତି। ଆଜି ଗୃହ କାର୍ଯ୍ୟର ସମୟ ଆଉ ଅତିରିକ୍ତ ୨ ଘଣ୍ଟା ବୃଦ୍ଧି କରାଯିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ଗୃହରେ ମୋସନ ଆଲୋଚନା ହେବ ବୋଲି ଜଣାପଡିଛି।
ଗତକାଲି ନବ ଦାସଙ୍କ ହକୃତ୍ୟାକାଣ୍ଡ ଓ ଏହାର ତଦନ୍ତକୁ ନେଇ ଗତକାଲି ବିରୋଧୀ ଦଳ ଗୃହରେ ପ୍ରବଳ ତମ୍ବିତଫାନ କରିଥିଲେ। ନବ ଦାସ ହତ୍ୟାକାଣ୍ଡରେ ବିଜେପି ସିବିଆଇ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ କହିଥିଲା SIT ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା କେନ୍ଦ୍ରର ଚାଷୀ ଓ ଗରୀବ ମାରଣ ନୀତି ଚଳିବ ନାହିଁ।ଶାସକ-ବିରୋଧୀଙ୍କ ପୋଷ୍ଟର ୱାର ଓ ହୋ ହଲ୍ଲା ଭିତରେ ବଜେଟି ଅଧିବେଶନ ଦ୍ୱିତୀୟ ଦିନ ଏକପ୍ରକାର ଧୋଇ ହୋଇଯାଇଥିଲା। ଫଳରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଆଜି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।