ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ ଫ୍ଲାଇଟ୍‌, ଉତ୍କଳ ଦିବସରୁ ଉଡ଼ାଣ ଆରମ୍ଭ

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍‌ ଉଡ଼ିବ ।

(କେନ୍ୟୁଜ): ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍‌ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରଜ୍ୟ ସରକାରଙ୍କ ଜଣାଇଦିଆଯାଇଛି । କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଶେଷ ହୋଇନଥିବାରୁ ବିମାନ ପାଇଁ ଟିକଟ ବୁକିଂ ଆରମ୍ଭ ହୋଇନାହିଁ ।

ମାସକ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆଶାବାଦୀ ଥିବା ରାଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କହୁଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.