ରାଜ୍ୟ

ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ, ମୃତଦେହ ଧରି ରାସ୍ତାରୋକ କଲେ ପରିବାର

ଗଜପତି (କେନ୍ୟୁଜ): ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗ୍ରାମରେ ରାସ୍ତାରୋକ। ଗତ ଏପ୍ରିଲ ୧୧ ତାରିଖରେ ଅଙ୍ଗନବାଡିରେ ଏକ୍ସପାୟର ଔଷଧ ଖାଇବା ଫଳରେ ଶିଶୁ ଗୁରୁତର ହୋଇ କଟକ ଶିଶୁ ଭବନରେ ଚିକିତ୍ସୀତ ହେଉଥିବା ସମୟରେ ମୁତ୍ଯୁ ହୋଇଛି। ଫଳରେ ଜାଜପୁର ଗ୍ରାମରେ ଆଜି ସକାଳୁ ସକାଳୁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ ମୋହନା, ଆର. ଉଦୟଗିରି, ନୂଆଁଗଡ, ରାୟଗଡ ଓ ବ୍ରହ୍ମପୁର ପ୍ରଭୁତି ସ୍ଥାନକୁ ଯାତାୟାତ ଠପ।

ସୂଚନା ଅନୁସାରେ ଗତ ଏପ୍ରିଲ ୧୧ତାରିଖରେ ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗାଁରେ ଅନେକ ଶିଶୁ ଅଙ୍ଗନବାଡିରେ ଦିଆଯାଇଥିବା ଏକ୍ସପାଏରୀ ଭିଟାମିନ ମେଡିସିନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଯାଇଥିଲେ। ହେଲେ ୧୧ମାସର ଶିଶୁ ସଞ୍ଚିତ ସଇଁସାର ଅବସ୍ଥା ଗୁରୁତର ରହିଥିଲା। ପ୍ରଥମେ ଶିଶୁଟିକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଆନ୍ଧ୍ର ବିଶାଖାପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥିତ ଶିଶୁଭବନରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ପରିବାର ଲୋକେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦାୟୀ କରିଛନ୍ତି ପରିବାର ଲୋକେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ସକାଳେ ପରିବାର ଲୋକେ ମୃତଦେହ ରାସ୍ତା ଉପରେ ରାସ୍ତାରୋକ କରିଛନ୍ତି।

 

Barsha

Recent Posts

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

17 mins ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

27 mins ago

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

60 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

1 hour ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

1 hour ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

2 hours ago