ରାଜ୍ୟ

ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା, ବିଶ୍ୱାସ ରହିଛି ମାନସିକ କଲେ ଏଠାରେ ନିଃସନ୍ତାନ ମହିଳାଙ୍କର ହୋଇଥାଏ ସନ୍ତାନ ପ୍ରାପ୍ତି

ମାଲକାନଗିରି: ଆଦିବାସୀ ପରମ୍ପରା ଆଉ ରୀତି ନୀତି କେଉଁ ଆବହମାନ କାଳରୁ ଚାଲି ଆସୁଛି। ଆଉ ସେହି ସବୁ ପରମ୍ପରାକୁ ଏବେବି ଆଜିର ଆଧୁନିକ ମଣିଷ ମାନିବାକୁ ବାଧ୍ୟ ହେଉଛି। ମଣିଷ ଯେତେ ବିଜ୍ଞାନ କୁ ଆଗେଇ ନେଇଯାଉ ନା କାହିଁକି, ସେହି ଭଗବାନଙ୍କ ଆଶିର୍ବାଦ ବିନା କିଛିବି ସମ୍ଭବ ନୁହେଁ ସେକଥାକୁ ବିଶ୍ବାସ କରୁଛି। ଏଭଳି କିଛି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ।

ତେବେ କେହି ଏହାକୁ ବିଶ୍ୱାସ କହିବେ ତ ଆଉ କେହି ଅନ୍ଧବିଶ୍ୱାସ। କିନ୍ତୁ ଏହା ହେଉଛି ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଧମତେରୀ ଜିଲ୍ଲାର ଗଙ୍ଗରେଲ ଠାରେ ଦୀପାବଳି ପରେ ପଡୁଥିବା ପ୍ରଥମ ଶୁକ୍ରବାର ଦିନ ପାଳନ କରାଯାଏ ଏକ ଅଲଗା ଏବଂ ନିଆରା ପରମ୍ପରାର ଉତ୍ସବ। ଏହି ଦିନ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତି ପାଇଁ ମା ଅଙ୍ଗାରମୋତୀଙ୍କ ଦରବାର ନିକଟରେ ଶରଣ ପଷିଥାନ୍ତି। ମହିଳାଙ୍କ ପିଠି ଉପରେ ପୂଜାରୀ ଚାଲି ଚାଲି ଗଲେ ନିଃସନ୍ତାନ ମହିଳାଙ୍କ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ଯେତେ କଷ୍ଟ ହେଲେ ସେତେ ମାଙ୍କ କୃପା ଦୃଷ୍ଟି ପଡିଥାଏ, ଏଭଳି ବିଶ୍ୱାସ ରହିଛି ଭକ୍ତଙ୍କର। ତେଣୁ ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାର ମହିଳା ନିଜ ମାନସିକ ପୂରଣ ପାଇଁ ଗଙ୍ଗରେଲି ଧାଇଁ ଆସିଥାନ୍ତି।

ଗଙ୍ଗରେଲି ନିକଟରେ ନଦୀ ବନ୍ଧ ବନ୍ଧା ହେବା ପରେ ଅନେକ ଗାଁ ଜଳମଗ୍ନ ହୋଇ ବୁଡ଼ିଗଲା। କିନ୍ତୁ ମାଙ୍କ ମନ୍ଦିରକୁ ଆଜି ଯାଏ ଠୋପେ ହେଲେ ପାଣି ଛୁଇଁ ନାହିଁ ।କେଉଁ ଆବହମାନ କାଳରୁ ଏହି ମନ୍ଦିର ରହିଛି। ଲୋକଙ୍କର ମାଙ୍କ ପ୍ରତି ଅଗାଢ଼ ବିଶ୍ୱାସ ରହିଛି। ଯେଉଁମାନେ ସନ୍ତାନ ପାଇଁ ମାନସିକ ରଖିଥାନ୍ତି ସେହି ମହିଳା ମାନେ ହାତରେ ନଡ଼ିଆ, କଦଳୀ, ଧୂପକାଠି ଏବଂ ଲେମ୍ବୁ ନେଇ ପହଞ୍ଚି ଯାଇଥାନ୍ତି ମା ଙ୍କ ପାଖରେ। ଆଖ ପାଖ ଗାଁ ରୁ ବାଉଁଶ ଲାଠି ପୂଜା ପାଇ ଶତାଧିକ ଲାଠି ପହଞ୍ଚି ଥାଏ ମା ଆଙ୍ଗାରମୋତିଙ୍କ ନିକଟରେ। ଯେଉଁ ପୂଜାରୀଙ୍କ ଦେହରେ ମା ଙ୍କ ଆତ୍ମା ଲାଗିଥାଏ ସେମାନେ ମହିଳାଙ୍କ ପିଠି ଉପରେ ଚାଲି ଚାଲି ଏବଂ ନାଚି ନାଚି ଯାଇଥାନ୍ତି।

ଏକାଥରକେ ୧୦ ରୁ ଅଧିକ ପୂଜାରୀ ଏଭଳି ମହିଳାଙ୍କ ପିଠି ଉପରେ ଯାଇଥାନ୍ତି। ତେବେ ବିଶ୍ୱାସ ରହିଛି ପୂଜାରୀ ଦେହରେ ମା ହିଁ ପିଠି ଉପରେ ଚାଲି ଚାଲି ଯାଇଥାନ୍ତି। ଚାରି ଆଡ଼େ ଢୋଲ ମୃଦଙ୍ଗ ବାଜାରେ ଫାଟି ପଡେ ପରିବେଶ। ବାଜାର ତାଳେ ତାଳେ ପୂଜାରୀ ମଧ୍ୟ ନାଚି ନାଚି ଆସିଥାନ୍ତି। ପୂଜାରୀ ଆସିବାକ୍ଷଣି ଧାଡିରେ ଲମ୍ବ ହୋଇ ମହିଳାମାନେ ପେଟେଇ ଶୋଇ ପୋଡ଼ିଥାନ୍ତି । ଆଉ ଏହାପରେ ପୂଜାରୀ ସେମାନଙ୍କ ପିଠି ଉପରେ ଚାଲିଥାନ୍ତି । ମା ଆଙ୍ଗାରମୋତିଙ୍କ ଅପୂର୍ବ ମହିମା ପାଖରେ ଯେମିତି ସବୁ କଷ୍ଟ ଭକ୍ତଙ୍କୁ ତୁଚ୍ଛ ଲାଗିଥାଏ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

9 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

21 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

58 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago