ରାଜ୍ୟ

ଶୁଭାରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ, ଜିଲ୍ଲାପାଳ କଲେ ଉଦଘାଟିତ

ପୁରୀ (କେନ୍ୟୁଜ) : ଏଣିକି ପୁରୀ ଗଲେ ଯିବାକୁ ଭୁଲନ୍ତୁନି ଚଟଣୀ ରେଷ୍ଟୁରାଣ୍ଟ। ନା ଯେମିତି ୟୁନିକ ସ୍ୱାଦ ବି ସେମିତି ୟୁନିକ। ପୁରୀରେ ଆରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ। ନାଁ ଶୁଣିକି ଭାବନ୍ତୁନି ଯେ ଏହି ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଚଟଣୀ ବିକ୍ରି ମିଳେ ବୋଲି, ଏହି ରେଷ୍ଟୁରାଣ୍ଟର ନାଁ ହେଉଛି ଚଟଣୀ। ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଛି ଏହି ରେଷ୍ଟୁରାଣ୍ଟ ଚଟଣୀ।

ସବୁଠୁ ଖାସ୍‌ କଥା ହେଉଛି ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ଏହି ରେସ୍ତୋରାଁl ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବାପାଇଁ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ରେସ୍ତୋରାଁକୁ କେବଳ ଭିନ୍ନକ୍ଷମ ମାନେ ହିଁ ପରିଚାଳିତ କରିବେ। ଏହାସହିତ ରାଜ୍ୟ ସରକାରଙ୍କ ଖୁସି ଯୋଜନାରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ସହ ରୋଜଗାରକ୍ଷମ କରିବାପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି।

ଏହି ରେସ୍ତୋରାଁ ରେ ଏବେ ୧୦ ଜଣ ଭିନକ୍ଷମଙ୍କୁ କାମ କରିବାର ସୁଯୋଗ ଦିଆଯାଇଛି। ଏଠାରେ କେବଳ ସାକାହାରୀ ଭୋଜନ ଉପଲବ୍ଧ ହେବ। କଲେକ୍ଟରୀଏଟ ମଧ୍ୟରେ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରେସ୍ତୋରାଁଟି ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏହି ରେସ୍ତୋରାଁର ଉଦଘାଟନ କରିବା ସହ ଏହାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତ ଦେଇଥିଲେ।

ତେବେ ଏହି ରେଷ୍ଟୁରାଣ୍ଟର ସବୁଠୁ ବଡ ସ୍ୱତନ୍ତ୍ରତା ହେଉଛି ଦିବ୍ୟାଙ୍ଗ ମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ଏହାକୁ ଆରମ୍ଭ କରାଯାଇଛି। ଯାହାଦ୍ୱାରା ସେମାନେ ବି ନିଜକୁ କୌଣସିରେ କମ୍‌ ବୋଲି ଭାବିବେନି। ଆପଣ ବି ପୁରୀ ଗଲେ ଏହି ଚଟଣୀ ରେଷ୍ଟୁରାଣ୍ଟ ଯିବାକୁ ଜମା ବି ଭୁଲିବେନି।

Pritiparna

Recent Posts

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

2 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

4 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

9 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

17 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

35 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

37 mins ago