ଶୁଭାରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ, ଜିଲ୍ଲାପାଳ କଲେ ଉଦଘାଟିତ

ପୁରୀ (କେନ୍ୟୁଜ) : ଏଣିକି ପୁରୀ ଗଲେ ଯିବାକୁ ଭୁଲନ୍ତୁନି ଚଟଣୀ ରେଷ୍ଟୁରାଣ୍ଟ। ନା ଯେମିତି ୟୁନିକ ସ୍ୱାଦ ବି ସେମିତି ୟୁନିକ। ପୁରୀରେ ଆରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ। ନାଁ ଶୁଣିକି ଭାବନ୍ତୁନି ଯେ ଏହି ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଚଟଣୀ ବିକ୍ରି ମିଳେ ବୋଲି, ଏହି ରେଷ୍ଟୁରାଣ୍ଟର ନାଁ ହେଉଛି ଚଟଣୀ। ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ହୋଇଛି ଏହି ରେଷ୍ଟୁରାଣ୍ଟ ଚଟଣୀ।

ସବୁଠୁ ଖାସ୍‌ କଥା ହେଉଛି ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ଏହି ରେସ୍ତୋରାଁl ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବାପାଇଁ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ରେସ୍ତୋରାଁକୁ କେବଳ ଭିନ୍ନକ୍ଷମ ମାନେ ହିଁ ପରିଚାଳିତ କରିବେ। ଏହାସହିତ ରାଜ୍ୟ ସରକାରଙ୍କ ଖୁସି ଯୋଜନାରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ସହ ରୋଜଗାରକ୍ଷମ କରିବାପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି।

CHATANI ଏହି ରେସ୍ତୋରାଁ ରେ ଏବେ ୧୦ ଜଣ ଭିନକ୍ଷମଙ୍କୁ କାମ କରିବାର ସୁଯୋଗ ଦିଆଯାଇଛି। ଏଠାରେ କେବଳ ସାକାହାରୀ ଭୋଜନ ଉପଲବ୍ଧ ହେବ। କଲେକ୍ଟରୀଏଟ ମଧ୍ୟରେ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରେସ୍ତୋରାଁଟି ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏହି ରେସ୍ତୋରାଁର ଉଦଘାଟନ କରିବା ସହ ଏହାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତ ଦେଇଥିଲେ।

ତେବେ ଏହି ରେଷ୍ଟୁରାଣ୍ଟର ସବୁଠୁ ବଡ ସ୍ୱତନ୍ତ୍ରତା ହେଉଛି ଦିବ୍ୟାଙ୍ଗ ମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ଏହାକୁ ଆରମ୍ଭ କରାଯାଇଛି। ଯାହାଦ୍ୱାରା ସେମାନେ ବି ନିଜକୁ କୌଣସିରେ କମ୍‌ ବୋଲି ଭାବିବେନି। ଆପଣ ବି ପୁରୀ ଗଲେ ଏହି ଚଟଣୀ ରେଷ୍ଟୁରାଣ୍ଟ ଯିବାକୁ ଜମା ବି ଭୁଲିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.