ବଲିଉଡ ପ୍ରତିଷ୍ଠିତ ଖଳନାୟକ ସଲିମ ଘୋଷଙ୍କର ହୃଦଘାତରେ ମୃତ୍ୟୁ, ୯୦ ଦଶକରେ ଥିଲେ ଚର୍ଚ୍ଚିତ

୯୦ ଦଶକରେ ବଲିଉଡରେ ଖଳନାୟକ ଭୂମିକାରେ ଅଭିନୟ କରି ହଇଚଇ ସୃଷ୍ଟି କରିଥିବା ବର୍ଷିୟାନ କଳାକାର ସଲିମ ଘୋଷଙ୍କର ମୃତ୍ୟୁ ହୋଇଛି | ଅଭିନେତା ସାରିବ ହାଶମୀ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି | ସେ ସମୟରେ ସଲିମ ଅନେକ ନେଗେଟିଭ ରୋଲରେ ଅଭିନୟ କରିଥିବା ବେଳେ ଡ଼ିଡ଼ି ନ୍ୟାସନାଲରେ ପ୍ରସାରିତ ହେଉଥିବା ଅନେକ ସିରିଏଲରେ ବି ଜବରଦସ୍ତ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ |

ହାର୍ଟ ଆଟାକ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପତ୍ନୀ ଅନିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ସୁଚନା ଅନୁଯାୟୀ ବୁଧବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ୧୯୮୭ ମସିହାରେ “ସ୍ୱର୍ଗ ଓ ନର୍କ”ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ଚକ୍ର, ସାରାଂଶ, କୋଏଲା ଆଦିରେ ମଧ୍ୟ ଖୁବ ଭଲ ଅଭିନୟର ଯାଦୁ ଦେଖେଇଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.