Below header

କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ଚାରିସ୍ତରୀୟ ସ୍କ୍ଵାର୍ଡ ଗଠନ

କେନ୍ୟୁଜ୍(ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନରେ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ଯାଏ ପରୀକ୍ଷା ହୋଇଥିଲା । ସେଣ୍ଟର ଗୁଡିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କୋଭିଡକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ଯୁକ୍ତ ଦୁଇରେ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଅଛନ୍ତି । ପ୍ରଥମ ଦିନ ପରୀକ୍ଷା ବେଶ ଭଲ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି ।

 ଏପଟେ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା । ରାଜ୍ୟରେ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେବଳ ପ୍ରଥମ ସିଟିଂରେ ପରୀକ୍ଷା ହେବ । ସକାଳ ୮ଟାରୁ ୧୦ଟା ଯାଏ ଚାଲିବ ପରୀକ୍ଷା । ସକାଳ ୭ଟାରେ ଛାତ୍ରଛାତ୍ରୀଙ୍କୁ ସେଣ୍ଟକୁ ଛଡ଼ାଯିବ । କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସୁପରିଚାଳନା ଓ କପି ରୋକିବା ପାଇଁ ଚାରି ସ୍ତରୀୟ ସ୍କ୍ଵାଡ ବ୍ୟବସ୍ଥା କରାଯାଇଛି । ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ସେହିପରି ମେ ୩୧ ଯାଏ ଚାଲିବ ଯୁକ୍ତ ୨ ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.