Categories: ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ , ଦତ୍ତପୁରରେ ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଦଶରଥପୁର ବ୍ଲକର ଦତ୍ତପୁର, ଧର୍ମଶାଳା ବ୍ଲକର ଜାରକା ଓ ବିଂଝାରପୁର ବ୍ଲକର ଯଜ୍ଞ ପଡିଆରେ ତିନିଟି କାର‌୍ୟ୍ୟକ୍ରମରେ ଯୋଗଦେଉଛନ୍ତି ନବୀନ। ପ୍ରଥମେ ଦଶରଥପୁର ବ୍ଲକ ଦତ୍ତପୁରରେ ପହଞ୍ଚି ୪କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିସହ ୯୬କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଲ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାପରେ ଏକ ସାଧାରଣ ସମାବେଶରେ ଯୋଗ ଦେଇ ନବୀନ କହିଛନ୍ତି, କାଳିଆ ସାରା ଦେଶ ପାଇଁ ଏକ ମଡେଲ୍‌ ଯୋଜନା।

ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯାଉଛି। ଜମି ଥାଉ କି ନଥାଉ ସବୁ ଚାଷୀଙ୍କୁ ସୁବିଧା ମିଳିବ। ଚାଷୀର ଉନ୍ନତିରେ ଦେଶର ଉନ୍ନତି। ମୋ ସରକାର ଗରିବ, ଯୁବକ ଓ ଦଳିତ ବର୍ଗଙ୍କ ସରକାର ବୋଲି ନବୀନ କହିଛନ୍ତି। ସେଠାରୁ ଧର୍ମଶାଳା କଳ୍ପତରୁ ଦାସ ଷ୍ଟାଡିୟମ ଯାଇ ୪କୋଟି ୫୭ଲକ୍ଷ ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ନବୀନ । ଏହା ମଧ୍ୟରେ ରହିଛି ଶହେଟି ଆମ ଗାଁ ଆମ ବିକାଶ ପ୍ରକଳ୍ପ । ଏହା ସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଂଝାରପୁର ଗସ୍ତରେ ଯାଇ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପ ପାଇଁ ଉଦ୍‌ଘାଟନ କରିବେ । ଏଥିସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର‌୍ୟ୍ୟକ୍ରମ ରହିଛି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

11 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

20 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

20 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago