Categories: ରାଜ୍ୟ

‘ଫନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ୯ ଜଣ IAS ଅଫିସରଙ୍କୁ ୯ଟି ଜିଲ୍ଲାର ଦାୟିତ୍ୱ

କେନ୍ୟୁଜ୍ : ‘ଫନି’ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ଭୟଭୀତ ନ ହୋଇ ସତର୍କ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଫନିରେ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ‘ଫନି ମୁକାବିଲା ସହ ଧନଜୀବନର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି।

୯ ଜଣ IAS ଅଫିସରଙ୍କୁ ୯ଟି ଜିଲ୍ଲାର ଦାୟିତ୍ୱ

ବାତ୍ୟା ଫନି ମୁକାବିଲା ପାଇଁ ୯ ଜଣ IAS ଅଫିସରଙ୍କୁ ୯ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ପାଇଁ ସୁଦର୍ଶନ ପାଲ୍‌ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି। କଟକ ପାଇଁ ସଞ୍ଜୀବ ଚୋପ୍ରା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ସେହିପରି ଖୋର୍ଦ୍ଧା ପାଇଁ କ୍ରିଷନ କୁମାର, କେନ୍ଦ୍ରାପଡ଼ା ପାଇଁ ହେମନ୍ତ କୁମାର ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ପାଇଁ ଦାୟିତ୍ୱରେ ରହିବେ ପ୍ରେମଚନ୍ଦ୍ର ଚୌଧୁରୀ ଓ ଅବଦ୍ଦଲ ଅଖତର। ଉଗଉ ଅଫିସରେ ରହିବେ ସଂଗ୍ରାମଜିତ ନାୟକ। ମନିଷା ବାନାର୍ଜୀ ମଧ୍ୟ ଝଜଉ ଅଫିସରେ ରହିବେ।

ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଓଡ୍ରାଫ୍‌ ଟିମ୍‌

ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଓଡ୍ରାଫ୍‌ ଟିମ୍‌। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ଓଡ୍ରାଫ୍‌ ଟିମ୍‌କୁ ପଠାଯାଉଛି। ଅତ୍ୟାବଶ୍ୟକ ସରଞ୍ଜାମ ଧରି ସେମାନେ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଯାଉଛନ୍ତି। ସେହିପରି ଅଗ୍ନିଶମ ବାହିନୀ ଟିମ୍‌ ବି ସମର୍ଥନ କରିବାକୁ ସଜାଗ ରହିଛନ୍ତି।

ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ୍‌ ଟିମ୍‌

ବାତ୍ୟା ମୁକାବିଲା ପାଇଁ ଭଦ୍ରକରେ ପହଞ୍ଚିଲା ଏନଡିଆରଏଫ୍‌ ଟିମ୍‌। ୨ଟି ଟିମ୍‌ ଆଜି ସକାଳେ ପହଞ୍ଚିଛନ୍ତି। କେଉଁ ସ୍ଥାନରେ ମୁତୟନ ରହିବେ ସେନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ଏନଡିଆରଏଫ୍‌ ଟିମ୍‌। ସେହିପରି ବୋଟ୍‌ଗୁଡ଼ିକ ମଧ୍ୟ ସଚଳ କରାଯାଇଛି। ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ଏକ ସମନ୍ଵୟ କମିଟି ଗଠନ କରାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ଗୋଟିଏ ଗୋଟିଏ ବ୍ଲକକୁ ପଠାଯାଇଛି।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 min ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

10 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

10 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

28 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago