ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ମିଳିବ ଏହି ସବୁ ଫାଇଦା

ଗରମ ପାଣି ପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ଲାଭ ମିଳିଥାଏ। ସର୍ବଦା ସକାଳୁ ଉଠି ହାଲୁକା ଗରମ ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଗରମ ପାଣି ଶାରୀରିକ କାର୍ଯ୍ୟକୁ ସୁଚାରୁ ରୂପେ ନିୟନ୍ତ୍ରିତ କରିଥାଏ। ଶୋଇବା ପୂର୍ବରୁ ଏକ ଗିଲାସ ଗରମ ପାଣି ପିଇଲେ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ଅନେକ ଲୋକମାନେ ରାତିରେ ଶୋଇବା ପୂର୍ବରୁ ଠିକ ଭାବେ ପାଣି ପିଇନଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇଲେ ଶରୀର ପାଇଁ ଲାଭକାରୀ ହୋଇଥାଏ।

ବାସ୍ତବରେ ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇବା ଦ୍ବରା ଭଲ ନିଦ ହୋଇଥାଏ। ଗରମ ପାଣି ପିଇବା ଦ୍ବାରା ପାଚନ ପକ୍ରିୟା ଠିକ ଭାବେ କାର୍ଯ୍ୟ କରିଥାଏ। ରାତିରେ ପାଚନ ତନ୍ତ୍ର ଅଧିକ ଦୁର୍ବଳ ହୋଇଯାଇଥିବାରୁ ହାଲୁକା ଗରମ ପାଣି ପିଇବା ଦ୍ବାରା ଖାଦ୍ୟ ଜଲଦି ହଜମ ହୋଇଯାଇଥାଏ। ଏହା ବ୍ୟତୀତ ଗରମ ପାଣି ଓଜନ  କମ କରିବାରେ ମଧ୍ୟ ସାହାଯ୍ଯ କରିଥାଏ।

ଅନେକ ରିସର୍ଚ୍ଚରୁମଧ୍ୟ ପ୍ରମାଣିତ ହୋଇଛି ଶରୀରରେ ପାଣିର ଅଭାବ ଯୋଗୁ ଚିନ୍ତା ଏବଂ ଡିପ୍ରେସନ ବଢିଥାଏ। ଏହା ଦ୍ବାରା ନିଦ ଭଲଭାବେ ହୋଇନଥାଏ। ଏହି କାରଣରୁ ରାତିରେ ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇବା ଦ୍ବାରା ଶରୀରରେ ଜଳ ସ୍ତର ଠିକ ରହିଥାଏ ଏବଂ ମୁଡ୍ ଫ୍ରେଶ ରହିଥାଏ।

ଗରମ ପାଣି ଶରୀରରେ ଅନ୍ତରିୟ ତାପମାତ୍ରା ବଢାଇବା ସହ ଝାଳ ବାହାର କରିଥାଏ। ଯାହା ଦ୍ବାରା ଶରୀରରେ ରକ୍ତ ସଂଞ୍ଚାଳନ ସଠିକ ରୂପେ ହୋଇଥାଏ ଏବଂ ବିଷାକ୍ତ ପଦାର୍ଥ ଗୁଡିକରୁ ମୁକ୍ତି ମିଳିଥାଏ। ଏହା ବ୍ଯତୀତ ଶୋଇବା  ପୂର୍ବରୁ ଗରମ ପାଣି ପିଇଲେ ତ୍ବଚା ସୁସ୍ଥ ରହିଥାଏ।

KNews Bureau

Recent Posts

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

5 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

31 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago