ରାଜ୍ୟ

କିଟ୍ ସୋଭିନିଅର୍ ଗ୍ୟାଲେରୀ ଉଦଘାଟନକୁ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କିଟ୍ ପରିସରରେ କିଟ୍ ସୋଭିନିଅର୍ ଗ୍ୟାଲେରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ। କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ କିଟ୍ ଓ କିସକୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନର ସଂସ୍କୃତି ଏବଂ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ସହ କିଟ୍ ବିଶ୍ୱବିଦ୍ୟାଳୟ ବ୍ରାଣ୍ଡର ବିଭିନ୍ନ ପ୍ରକାର ପୋଷାକପତ୍ରକୁ ନେଇ କିଟ୍ ସୋଭିନିଅର୍ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି।

ଏହା ଏତେ ସୁନ୍ଦର ସାମଗ୍ରୀରେ ଭରପୂର ହୋଇଛି ଯେ, ଏଠାକୁ ଆସୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଏକ ଉପହାର ସାମଗ୍ରୀ କିଣିନେବାକୁ ଇଚ୍ଛା କରିବ। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ବ୍ରାଣ୍ଡର ଟୋପି, ଟି ସାର୍ଟ ଓ ଅନ୍ୟ ସ୍ମୃତି ସମ୍ବଳିତ ସାମଗ୍ରୀ ମିଳୁଛି । କିଟର ଅତିଥି, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଏହାକୁ ସାଇତି ରଖିପାରିବେ । ଏହା ବ୍ୟତୀତ ବିଭିନ୍ନ ମଗ୍ ଓ ପାଣି ବୋତଲ, ବ୍ୟାଗ୍, ଖ୍ୟାତି ସମ୍ପନ୍ନ ଲେଖକଙ୍କ ପୁସ୍ତକ, ଆର୍ଟ ଓ ପୋଷ୍ଟର, ସ୍ପୋର୍ଟସ ଓ ଆଥଲେଟିକ ସାମଗ୍ରୀ, ଗିଫ୍ଟ ସେଟ୍, ପାରମ୍ପରିକ ପୋଷାକ ଓ ଘରଜ୍ଜା ସାମଗ୍ରୀ ମଧ୍ୟ ଏଠାରେ ମିଳୁଛି ।

କିସ୍ ଭୋକେସନାଲ୍ ୟୁନିଟ୍ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ ହେଉଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ସହ ସମାଜସେବା କରିଆସୁଛନ୍ତି । ଏହା ସହିତ ସେ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ଆଧ୍ୟାତ୍ମିକ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି ।

ସେଥିପାଇଁ କିଟ୍ ସୋଭେନିର ଗ୍ୟାଲେରୀରେ ଆଞ୍ଚଳିକ କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ଏଠାରେ ଉପଲବ୍ଧ କରାଇଛନ୍ତି। ଫଳରେ ଓଡ଼ିଶାର କଳାକାର ଓ ହସ୍ତଶିଳ୍ପ କାରିଗରମାନେ ମଧ୍ୟ ଏଥିରେ ଉପକୃତ ହୋଇପାରିବେ । ଓଡ଼ିଶା ବ୍ୟତୀତ ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଆଦି ରାଜ୍ୟର ମହିଳା ଉଦ୍ୟୋଗୀ ଓ କାରିଗରଙ୍କ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଏଠାରେ ମିଳୁଛି । ଏଥି ଯୋଗୁଁ ମହିଳା ସଶକ୍ତିକରଣ ହେବା ସହ କଳାକାର, କାରିଗର ଓ ମହିଳା ଉଦ୍ୟୋଗୀଙ୍କୁ ରୋଜଗାର ସହ ସେମାନଙ୍କ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇପାରିଛି।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

5 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

6 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

8 hours ago