ରାଜ୍ୟ

ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଉଁଥିଲେ ମହିଳା, କ୍ଷଣିକ ନିଷ୍ପତ୍ତି ବଞ୍ଚାଇ ଦେଲା ୩ଟି ଅମୂଲ୍ୟ ଜୀବନ

କୁହାଯାଏ ଆୟୁଷ ପୂରି ନଥିଲେ ସ୍ୱୟଂ ଭଗବାନ ବି କୌଣସି ପ୍ରାଣୀର ଜୀବନ ନେଇ ପାରନ୍ତି ନାହିଁ । ଏଇ ଯେମିତି ଗତକାଲି ଘଟିଛି ଏହି ମହିଳାଙ୍କ ସହ। ତାଙ୍କୁ ଅଳ୍ପକେ ମରଣ ମୁହଁରୁ ବଞ୍ଚାଇଦେଲେ ଜଣେ କଲେଜ ଛାତ୍ରୀ। ବୋଧହୁଏ ଭଗବାନ ଏହି ଯୁବତୀଙ୍କୁ ଦେବଦୂତ କରି ପଠାଇଥିଲେ । ଠିକଣା ସମୟରେ ଛାତ୍ରୀ ଜଣକ ଯଦି ନିଜର ଉପସ୍ଥିତି ବୁଦ୍ଧି ଖଟାଇନଥାନ୍ତେ ତେବେ ହୁଏତ ଗୋଟିଏ ନୁହେଁ, ତିନି ତିନିଟି ଜୀବନ ଚାଲି ଯାଇଥାନ୍ତା କ୍ଷଣିକରେ । କାରଣ ମହିଳାଙ୍କ ସହ ଥିଲେ ଦୁଇ ଜଣ ନିରୀହ ଶିଶୁ ।

ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ସେତୁ ଉପରୁ ଦୁଇ ଶିଶୁଙ୍କୁ ଧରି ଆତ୍ମହତ୍ୟା ପାଇଁ ନଦୀ ପୋଲ ଉପରେ ଠିଆ ହୋଇଥିଲେ । ଖାଲି ସେତିକି ନୁହେଁ ପୂରା ନଦୀ ଭିତରକୁ ଡେଇଁବାକୁ ଉଦ୍ୟମ ମଧ୍ୟ କରୁଥିଲେ । ଏତିକି ବେଳେ ତାଙ୍କୁ ଉଦ୍ଧାର କରିଛନ୍ତି କଲେଜ ଛାତ୍ରୀ ଲିଜା। ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ଜଣେ ମହିଳା ନିଜର ଚାରି ବର୍ଷର ପୁଅ ଓ ତିନି ମାସର ଝିଅକୁ ଧରି ଗୋପ କୁଶଭଦ୍ରା ସେତୁ ନିକଟରେ ବୁଲାବୁଲି କରୁଥିଲେ । ତାଙ୍କ ଉପରେ କିଛି ଲୋକଙ୍କ ନଜର ବି ପଡ଼ିଥିଲା । କିନ୍ତୁ ହଠାତ୍ ମହିଳା ଜଣକ ବ୍ରିଜ୍‌ର ସୁରକ୍ଷା ବାଡ ଡେଇଁ ନଦୀ ଭିତରକୁ ଡେଇଁବାକୁ ଚେଷ୍ଟା କଲେ । ହେଲେ ସମସ୍ତେ ଦେଖୁଥିଲେ ବି ଦୂରରେ ଥିବାରୁ ନାଚାର ହୋଇଯାଇଥିଲେ ।

ଆଉ ଠିକ୍‌ ଏତିକି ବେଳେ ଯେମିତି ସୁପର ଓମ୍ୟାନ୍‌ ପାଲଟି ଗଲେ ସେହି ବାଟ ଦେଇ ଯାଉଥିବା ଗୋପ କଲେଜର ଛାତ୍ରୀ ଲିଜା ଦାସ । ସେ ତୁରନ୍ତ ପାଟି କରି ମହିଳାଙ୍କୁ ନିଜ ଆଡକୁ ଟାଣି ଆଣିବା ସହିତ ତିନି ମାସର ଶିଶୁ କନ୍ୟାକୁ ତାଙ୍କ ହାତରୁ ଛଡାଇ ଆଣିଲେ। ବାସ୍‌ ସେଇ ମୁହୂର୍ତ୍ତ ହିଁ ବଞ୍ଚାଇ ଦେଲା ତିନି ତିନିଟି ଜୀବନ । ପାଟି ଶୁଣି ଅନ୍ୟ ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ । ମହିଳା ଏବଂ ଦୁଇ ଶିଶୁଙ୍କୁ ଲୋକମାନେ ସେଠାରୁ ନେଇ ଆସିଥିଲେ । ପରେ ଜଣାପଡ଼ିଥିଲା ଯେ ନିଜ ଦୁଇ ପିଲାଙ୍କ ସହିତ ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳା ଜଣକ ହେଉଛନ୍ତି ନିଆଳି ଥାନା ଅନ୍ତର୍ଗତ ପନିମାଳ ଗାଁର । ପାରିବାରିକ କଳହରୁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇ ଅଭାବନୀୟ କାଣ୍ଡ ଘଟାଇବାକୁ ଯାଉଥିଲେ । ସ୍ୱାମୀ ଦେଉଥିବା ନିର୍ଯାତନା କଥା କହିଥିଲେ ।

ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଗୋପ ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ତାଙ୍କ ପରିବାରକୁ ଖବର ଦେବା ପରେ ମହିଳାଙ୍କ ମାଆ ଓ ଭାଇ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ନେଇ ଯାଇଥିଲେ । ତେବେ ଏମାନଙ୍କ ଜୀବନ ବଞ୍ଚାଇଥିବାରୁ କୋଣାର୍କ ଥାନା ଅନ୍ତର୍ଗତ ତରକୋର ଗାଁର ଝିଅ ଲିଜାଙ୍କୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

24 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago