Categories: ରାଜ୍ୟ

୪୮ ଘଣ୍ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର ନମ୍ବର-୫, ଅପରାଧୀଙ୍କ ବାଜୁଛି ବ୍ୟାଣ୍ଡ

୨ ଦିନ ମଧ୍ୟରେ ପଞ୍ଚମ ଏନକାଉଣ୍ଟର କଲା କମିଶନରେଟ ପୋଲିସ।  ଖଣ୍ଡଗିରି ଭରତପୁର ଅଞ୍ଚଳରେ ଦୁର୍ଦାନ୍ତ ଅପରାଧୀ ରବି ରାଓକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ। ପୂର୍ବରୁ ସୂଚନା ପାଇଁ କମିଶନରେଟ ପୋଲିସର  ସ୍ପେଷାଲ ସ୍କାର୍ଡ ଭରତପୁର ଅଞ୍ଚଳକୁ ଯାଇଥିଲା। ପୋଲିସକୁ ଦେଖି ରବି ରାଓ  ପ୍ରଥମେ ୪ ରାଉଣ୍ଡ ଗୁଳି କରିଥିଲା।  ଏହାର ଜବାବ୍ ଦେବାକୁ ଯାଇ କମିଶନରେଟ ପୋଲିସ ରବି ରାଓକୁ ଏନକାଉଣ୍ଟର କରିଥିଲା। ଗୁଳି ରବି ରାଓର ଗୋଡରେ ବାଜିବାରୁ ସେଠାରେ ଆହାତ ହୋଇ ପଡିଥିଲା । ପରେ ପୋଲିସ ତା ଠାରୁ ବନ୍ଧୁକ ଓ ବୋମା ସହ କାର ଜବତ କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ରବି ନାମରେ ପୂର୍ବରୁ ୫୦ରୁ ଉର୍ଦ୍ଧ ମାମଲା ରହିଛି । ପୂର୍ବରୁ ୨୦୧୬ରେ ମଧ୍ୟ ରବିକୁ ହୋଇଥିଲା ଏନକାଉଣ୍ଟର।  ୨ ଦିନ ଭିତରେ କମିଶନରେଟ ପୋଲିସର ଏହା ପଞ୍ଚମ ଏନକାଉଣ୍ଟର ହୋଇଥିବାରୁ ରାଜଧାନୀ ବାସିଙ୍କ ତରଫରୁ କମିଶନରେଟ ପୋଲିସକୁ ବହୁ ପ୍ରଶଂସା ମିଳିଛି।

 

 

 

 

 

,

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

6 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

33 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

37 mins ago