ରାଜ୍ୟ

ବିଧାୟକ ମହମ୍ମଦ ମୋକିମ ଓ ସୁର ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌: ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌। କଂଗ୍ରେସ ଶୃଙ୍ଖଳା କମିଟି ଉଭୟ ନେତାଙ୍କୁ ନୋଟିସ୍‌ ଜାରି କରିଛି। ୭ଦିନ ଭିତରେ ଉତ୍ତର ରଖିବାକୁ ରହିଛି ନିର୍ଦ୍ଦେଶ । ପଦ୍ମପୁର ଉପ ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତା ଦଳ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସେମାନଙ୍କୁ ନୋଟିସ ହୋଇଛି । ଏହା ମାଧ୍ୟମରେ ୨୦୨୪ ପୂର୍ବରୁ ବିଶୃଙ୍ଖଳାକାରୀଙ୍କୁ ପାର୍ଟି ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ।

ଦିନକୁଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ୨୦୧୯ ପରେ ଏଯାଏ ୭ଟି ଉପ ନିର୍ବାଚନ ହେଲାଣି। ମାତ୍ର ବ୍ରଜରାଜନଗର ଓ ତିର୍ତ୍ତୋଲ ଉପନିର୍ବାଚନକୁ ଛାଡ଼ିଦେଲେ ବାକି ସବୁ ବାଇ ଇଲେକ୍ସନରେ କଂଗ୍ରେସ ଅମାନତ ହରାଇଛି। ସେପଟେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଅପ୍ରିୟ ସତ ମୁଁ କହିବି, କେହି ରୋକି ପାରିବେନି। ବିଜେପିର ଭୋଟ୍‌ ରହିଲା, କଂଗ୍ରେସର ଭୋଟ ଗଲା କୁଆଡେ ବୋଲି କହିଥିଲି। କଂଗ୍ରେସର କେଉଁ ନେତା କିମ୍ବା ପ୍ରାର୍ଥୀଙ୍କ ନାଁରେ କିଛି କହିନି। ନୋଟିସ୍‌ର ଜବାବ ଦେବି। ଯାହା ଦଣ୍ଡ ଦେବେ ଗ୍ରହଣ କରିବି। ସେହିପରି ବିଧାୟକ ମୋକିମ କହିଛନ୍ତି ଦଳ ବିରୋଧରେ ସେ କିଛି କହି ନାହାନ୍ତି । କଂଗ୍ରେସକୁ ବଞ୍ଚାଇ ରଖିବା ଓ ସୁଦୃଢ଼ କରିବା ଆମର କର୍ତ୍ତବ୍ୟ ।

୨୦୧୯ରେ ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସ ୩୨ ହଜାର ଭୋଟ୍‌ ପାଇଥିଲା। କିନ୍ତୁ ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସର ୨୮ ହଜାର ଭୋଟ୍‌ କୁଆଡେ ଗଲା ତାହାକୁ ନେଇ ତମ୍ବିତୋଫାନ ହେଉଛି। କିନ୍ତୁ ବ୍ରଜରାଜନଗର ଉପ ନିର୍ବାଚନରେ ୨୦୧୯ ତୁଳନାରେ ବିଜେପି ୪୫ ହଜାର ୮୮୮ କମ୍‌ ଭୋଟ୍‌ ପାଇଛି । ଅମାନତ ହରାଇଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା। କିନ୍ତୁ ପଦ୍ମପୁର ଉପ ନିର୍ବାଚନ କଂଗ୍ରେସ ଭୋଟ୍‌ କୁଆଡେ ଗଲା ବୋଲି ଯେତିକି ଚର୍ଚ୍ଚା ହେଉଛି, ସେହି ଅନୁସାରେ ରାଧାରାଣୀଙ୍କ ଭୋଟ୍‌ କୁଆଡେ ଗଲା ତାହା ଚର୍ଚ୍ଚା ହୋଇନଥିଲା।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago