ରାଜ୍ୟ

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ରବିନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରବିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭାଇ ମହାପ୍ରାୟାଣ ଗାଡିରେ ଖାତିଗୁଡା ସ୍ଥିତ ବାସଭବନକୁ ଆଣିଥିଲେ। ପୋଡଶୀ କିମ୍ବା ସ୍ଥାନୀୟ ବାସିନ୍ଦା କରୋନା ସନ୍ଦେହ କରି ଶବକୁ ଛୁଇଁନଥିଲେ କିମ୍ବା ଖାତିଗୁଡା ନିକଟସ୍ଥ ଇନ୍ଦ୍ରାବତୀ ନଦୀ କୂଳରେ ଅନ୍ତିମ ସଂସ୍କାର କରିବା ପାଇଁ ଦେଇନଥିଲେ।

ତେବେ ଏହି ଗୁରୁତର ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧି ନବରଙ୍ଗପୁର ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ପରେ ତହସିଲଦାର ପ୍ରଦୀପ କୁମାର କର ଓ ବିଡିଓ ପଦ୍ମନାଭ ତ୍ରିପାଠୀଙ୍କ ହସ୍ତକ୍ଷେପ ପରେ ଏକ ଶବ ବାହକ ଗାଡିର ବ୍ୟବସ୍ଥା କରି ନବରଙ୍ଗପୁରକୁ ନେବା ବ୍ୟବସ୍ଥା କରାଯାଇଥିଲା। ତେବେ ଗାଡିଟି ଖରାପ ହୋଇ ରାସ୍ତାରେ ରହିଯାଇଥିଲା। ପୁନର୍ବାର ନବରଙ୍ଗପୁର ଜିଲ୍ଲା ସଦର ଡାକ୍ତରଖାନାର ମୁଖ୍ୟ ଡଃ ଚୌଧୁରୀ ଶୋଭା ରାଣୀ ମିଶ୍ରଙ୍କ ସହ ଯୋଗାଯୋଗ କରି ଅନ୍ୟ ଏକ ଶବ ବାହକ ଗାଡ଼ିର ବ୍ୟବସ୍ଥା କରିବା ସହ ୪ ଟି ପିପିଇ କିଟ ଯୋଗାଇ ଦେଇଥିଲେ ।

ତେନ୍ତୁଳିଖୁଣ୍ଟି କୁର୍ମାକୋଟର ସ୍ବେଛାସେବୀ ମାନେ ସହାୟତା କରି ଗତକାଲି ଅପରାହ୍ନ ୩ ଘଟିକାରେ ପୁନର୍ବାର ଶବକୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇ ଶବ ସତ୍କାର କରାଯାଇଥିଲା । ତେବେ ପ୍ରକାଶ ଥାଉକି ଗତ ୨୭ ତାରିଖ ଦିନ ରବି ନାରାୟଣଙ୍କ ବାପା ତଥା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଯାଇଥିଲା। ବିରଞ୍ଚିଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ବୃଦ୍ଧ ବାପା ପୁତ୍ର ଶୋକରେ ଭାଙ୍ଗିପଡି ଗତ ମଇ ୨ ତାରିଖରେ ମୃତ୍ୟୁ ବରଣ କରିଥିଲେ। ତେବେ ୮ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago