ରାଜ୍ୟ

ଯାଜପୁର ସଚେତନ ନାଗରିକ ମଞ୍ଚର ଭିନ୍ନ ପ୍ରୟାସ, କରୋନା ଯୁଦ୍ଧର ଯୋଦ୍ଧାଙ୍କୁ କଲେ ସମ୍ମାନିତ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଉପରେ ରହିଛି ସମସ୍ତଙ୍କ ନଜର। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମେଡିକାଲକୁ ରୋଗୀ ନେବା ଆଣିବାରେ ପ୍ରମୁଖ ଭୂମିକା ଆମ୍ବୁଲାନ୍ସ ଚାଳକଙ୍କର। ଏମାନେ ନିଜ ଜୀବନ କଥା ନଭାବି ମେଡିକାଲକୁ ରୋଗୀଟିକୁ ପହଞ୍ଚିବାରେ ଯତପରୋନାସ୍ତି ଉଦ୍ୟମ କରିଥାନ୍ତି।

ଏହି ସମୟରେ ଏମାନଙ୍କର ଗୁରୁଦାୟିତ୍ୱ ବଢିଯାଇଥିବାରୁ ଏମାନଙ୍କୁ ସାହସ ଓ ଉତ୍ସାହ ଯୋଗେଇଦେବାକୁ ଯାଜପୁର ସଚେତନ ନାଗରିକ ମଞ୍ଚ ପ୍ରୟାସ କରିଛି। ଏହି କ୍ରମରେ ମଞ୍ଚ ପକ୍ଷରୁ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ସାବାସୀ ଦେବା ସହିତ ଆଗକୁ ଯୁଦ୍ଧରେ ଲଢ଼ିବାକୁ ଉତ୍ସାହିତ କରାଯାଇଛି। ସେମାନଙ୍କୁ ପ୍ରଶଂସା କରି “କରୋନା ଯୁଦ୍ଧରେ ଆପଣଙ୍କ ଭୂମିକା ଅତୁଳନୀୟ” ବୋଲି କରୋନା କିଟ ପ୍ରଦାନ କରାଯାଇଥିଲା। ଏଥିରେ ସେମାନେ ନିଜ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କୁହାଯାଇଛି।

ସେହିପରି ମେଡିକାଲର ସୁରକ୍ଷା କର୍ମୀ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ମଂଚର ସଦସ୍ୟ। ପାରାମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କ କାର୍ଯ୍ୟ ଓଡିଶାରେ କରୋନା ଭୂତାଣୁ ସହ ମୁକାବିଲା କରିବା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ନେବ ବୋଲି ଆଶାବ୍ୟକ୍ତ କରିଛି ସଚେତନ ନାଗରିକ ମଞ୍ଚ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

5 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

5 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

23 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

23 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

27 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

50 mins ago