ଯାଜପୁର ସଚେତନ ନାଗରିକ ମଞ୍ଚର ଭିନ୍ନ ପ୍ରୟାସ, କରୋନା ଯୁଦ୍ଧର ଯୋଦ୍ଧାଙ୍କୁ କଲେ ସମ୍ମାନିତ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଉପରେ ରହିଛି ସମସ୍ତଙ୍କ ନଜର। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମେଡିକାଲକୁ ରୋଗୀ ନେବା ଆଣିବାରେ ପ୍ରମୁଖ ଭୂମିକା ଆମ୍ବୁଲାନ୍ସ ଚାଳକଙ୍କର। ଏମାନେ ନିଜ ଜୀବନ କଥା ନଭାବି ମେଡିକାଲକୁ ରୋଗୀଟିକୁ ପହଞ୍ଚିବାରେ ଯତପରୋନାସ୍ତି ଉଦ୍ୟମ କରିଥାନ୍ତି।

ଏହି ସମୟରେ ଏମାନଙ୍କର ଗୁରୁଦାୟିତ୍ୱ ବଢିଯାଇଥିବାରୁ ଏମାନଙ୍କୁ ସାହସ ଓ ଉତ୍ସାହ ଯୋଗେଇଦେବାକୁ ଯାଜପୁର ସଚେତନ ନାଗରିକ ମଞ୍ଚ ପ୍ରୟାସ କରିଛି। ଏହି କ୍ରମରେ ମଞ୍ଚ ପକ୍ଷରୁ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ସାବାସୀ ଦେବା ସହିତ ଆଗକୁ ଯୁଦ୍ଧରେ ଲଢ଼ିବାକୁ ଉତ୍ସାହିତ କରାଯାଇଛି। ସେମାନଙ୍କୁ ପ୍ରଶଂସା କରି “କରୋନା ଯୁଦ୍ଧରେ ଆପଣଙ୍କ ଭୂମିକା ଅତୁଳନୀୟ” ବୋଲି କରୋନା କିଟ ପ୍ରଦାନ କରାଯାଇଥିଲା। ଏଥିରେ ସେମାନେ ନିଜ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ କୁହାଯାଇଛି।

corona fighter2ସେହିପରି ମେଡିକାଲର ସୁରକ୍ଷା କର୍ମୀ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ମଂଚର ସଦସ୍ୟ। ପାରାମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଓ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କ କାର୍ଯ୍ୟ ଓଡିଶାରେ କରୋନା ଭୂତାଣୁ ସହ ମୁକାବିଲା କରିବା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ନେବ ବୋଲି ଆଶାବ୍ୟକ୍ତ କରିଛି ସଚେତନ ନାଗରିକ ମଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.