Below header

ସୁଧୁରୁଛି ଉହାନର ସ୍ଥିତି, COVID-19 ସଂକ୍ରମିତଙ୍କ ସଂଖ୍ୟା 10,000ରୁ ହ୍ରାସ ପାଇ 93ରେ ସ୍ଥିର, ପଢନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ

ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ଚୀନର ଉହାନ ସହର। ଗତ ସପ୍ତାହରେ 76 ଦିନର ଲକଡାଉନରୁ ମୁକ୍ତ ହୋଇଛନ୍ତି ଉହାନବାସୀ। କିନ୍ତୁ ଦ୍ଵିତୀୟ ଥର କରୋନା ପ୍ରକୋପକୁ ରୋକିବା ପାଇଁ ଏବେ ବି ସେଠାରେ ଅନେକ ପ୍ରତିବନ୍ଧକ ରହିଛି। ଚୀନ ଷ୍ଟେଟ ମିଡିଆ ରିପୋର୍ଟ ଅନୁସାରେ, ଫେବୃୟାରୀରେ ଏଠାରେ ଗୁରୁତର ଏବଂ ଅତି ଗୁରୁତର କୋଭିଡ-19 ରୋଗୀଙ୍କ ସଂଖ୍ୟା 10,000ରୁ ଅଧିକ ଥିଲା। କିନ୍ତୁ ଫେବୃୟାରୀ ପରଠାରୁ ଏହି ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ 93ରେ ସ୍ଥିର ରହିଛି।

iy

ଦେଶର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମୁତାବକ, 8 ଏପ୍ରିଲରେ ଲକଡାଉନ ହଟାଯିବା ପରେ କୌଣସି ବି ନୂଆ ମାମଲା ସାମ୍ନାକୁ ଆସିନି। ଆୟୋଗ ଅଧିକାରୀମାନଙ୍କ କହିବା ହେଲା, କୋଭିଡ-19ରୁ ସୁସ୍ଥ ହେବା ପରେ 100ରୁ ଅଧିକ ବୟସର 7ଜଣ ବୃଦ୍ଧ ଲୋକଙ୍କୁ ଉହାନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଆମେରିକା ଏବଂ ୟୁରୋପରେ ନୂଆ ମାମଲା ସଂଖ୍ୟା ଆକାଶଛୁଆଁ ରହୁଥିବା ବେଳେ ଚୀନରେ ଏହା ବନ୍ଦ ହୋଇଯାଇଛି। ଉହାନରେ କୋଭିଡ-19 ଯୋଗୁ ପ୍ରାୟ 2,571ଜଣ ଲୋକ ପ୍ରାଣ ହରାଇଛନ୍ତି। ଅଫିସିଆଲ ଭାବେ ଚୀନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟାର ପାଖାପାଖି 80 ପ୍ରତିଶତ।

54

ସନ୍ଦେହ କରାଯାଉଥିଲା କି, ପ୍ରାରମ୍ଭିକ ସପ୍ତାହରେ ଅନେକ ପୀଡିତ ଥିଲେ, ଯେଉଁମାନେ ବିନା ପରୀକ୍ଷଣରେ ମୃତ୍ୟୁବରଣ କରିଥିଲେ। ତେବେ ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, କେବଳ ଉହାନରେ ମୃତ୍ୟୁ ସଂଖ୍ୟା 42,000 ହୋଇପାରେ। ଶବଗୃହକୁ ପଠାଯାଇଥିବା ମୃତଦେହଗୁଡିକର ସଂଖ୍ୟା ଆଧାରରେ ଏହା ଅନୁମାନ କରାଯାଉଛି।

re

1. ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଉହାନ

-ଶାସକ କମ୍ୟୁନିଷ୍ଟ ଦଳ ମାର୍ଚ୍ଚ ପ୍ରାରମ୍ଭରୁ ନିୟନ୍ତ୍ରଣରେ ଢିଲା ମାରିବା ଆରମ୍ଭ କରିଦେଇଥିଲା, ଯେପରି ବିଶ୍ୱର ଦ୍ଵିତୀୟ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାକୁ ପୁନର୍ବସ୍ଥାକୁ ଫେରାଇ ଅଣାଯାଇପାରିବ। ତେବେ ନୂଆ ମାମଲା ସଂଖ୍ୟା କମିଯାଇଥିବାରୁ ଦେଶ କରୋନା ଉପରେ ବିଜୟ ଘୋଷଣା କରିଦେଇଥିଲା।

-ଡିସେମ୍ବରରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଉହାନରେ ଅଧିକାଂଶ ଯାତ୍ରାକୁ ଚୀନ ଅଧିକାରୀମାନଙ୍କ ଦ୍ୱାରା ରଦ୍ଦ କରି ଦିଆଯାଇଥିଲା। ପାଖାପାଖି 11 ସପ୍ତାହ ପାଇଁ ଆଉଟବାଉଣ୍ଡ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଇବା ପରେ ନିକଟରେ ପ୍ରଥମ ଯାତ୍ରୀବାହୀ ବିମାନ 11 ମିଲିୟନ ସହରରୁ ଉଡାଣ ଭରିଛି। ତେବେ ଏବେ ବି ଅନ୍ତର୍ରାଷ୍ଟ୍ରୀୟ ଉଡାଣ ବନ୍ଦ ଅଛି।

-ଅନ୍ୟପକ୍ଷରେ ବର୍ତ୍ତମାନ ସେହି ଲୋକମାନଙ୍କୁ ଉହାନ ଛାଡିବା ପାଇଁ ଅନୁମତି ଦିଆଯାଉଛି, ଯାହାଙ୍କ ସ୍ମାର୍ଟଫୋନ ଆପରେ ‘ସବୁଜ’ କୋଡ ରହିଛି। ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି ଏବଂ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନ ଥିବା ଏହା ପ୍ରମାଣ ଦେଇଥାଏ। ଉହାନର କେତେକ ଲୋକାଲ ଆପାର୍ଟମେଣ୍ଟ କମ୍ପ୍ଲେକ୍ସଗୁଡିକ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରୁଛନ୍ତି। ରାଜଧାନୀ ବେଜିଂ ଏବଂ ଅନ୍ୟ ସହରଗୁଡିକରେ ମଧ୍ୟ ଏଭଳି ପ୍ରତିବନ୍ଧକ ଲାଗିଛି।

m

2. ଉହାନରୁ ସ୍ବଦେଶ ଫେରିବାକୁ ଅଛନ୍ତି ଅଷ୍ଟ୍ରେଲିଆ ନାଗରିକ

-କିଛି ଅଷ୍ଟ୍ରେଲିଆ ନାଗରିକଙ୍କ ପାଇଁ ଉହାନ ପୁଣିଥରେ ଖୋଲିବାର ଅର୍ଥ ହେଉଛି, ସେମାନଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେବା। 2 ବର୍ଷୀୟ ଶିଶୁ କ୍ଲୋ ଝାଓ ଏବେ ବି ଉହାନରେ ଫସିଯାଇଛି ଏବଂ ମେଲବର୍ଣ୍ଣ ଫେରିବାରେ ଅସମର୍ଥ ଅଛି। ତାଙ୍କ ମାଆ ୟୁଚେନ କାଓ କହିଛନ୍ତି, ପିଲାଟି ତା’ ଜେଜେ, ଜେଜେମା’ଙ୍କ ସହ ଘରକୁ ଫେରି ଆସିପାରିବ, କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କାରଣ, ବୃଦ୍ଧ ଦମ୍ପତିଙ୍କୁ ଅସ୍ଥାୟୀ ରହିବା ପାଇଁ ଭିଜା ଦିଆଯାଇଥିଲା। ତେବେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ଉପରେ ରୋକ ଲଗାଇ ଦିଆଯାଇଛି। ଚୀନ ତୁଳନାରେ ଅଷ୍ଟ୍ରେଲିଆରେ କରୋନା ମହାମାରୀର ସ୍ଥିତି ଅଧିକ ଗମ୍ଭୀର ରହିଛି।

mb

3. କାମକୁ ଫେରୁଛନ୍ତି କମ୍ପାନୀ

ଉହାନରେ କାର କାରଖାନା ଏବଂ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ପୁଣିଥରେ କାମକୁ ଫେରୁଛନ୍ତି। ତେବେ ରିୟଲ ଇଷ୍ଟେଟ ଏଜେନ୍ସି ସମେତ କିଛି ବ୍ୟବସାୟ ଏବେ ବି ବନ୍ଦ ଅଛି। Zonsenର global marketing manager ସିଂଥିଆ ୟେ କହିଛନ୍ତି, ‘ଏବେ ୟୁରୋପୀୟ ଦେଶ ଏବଂ ଆମେରିକାରୁ ମାସ୍କ ପାଇଁ ଢେର ଡିମାଣ୍ଡ ଆସୁଛି। ମହାମାରୀ କାରଣରୁ ସେମାନଙ୍କ ଡିମାଣ୍ଡ ପୂର୍ବାପେକ୍ଷା 10 ଗୁଣା ଅଧିକ ବଢିଯାଇଛି। କମ୍ପାନୀ ଆହୁରି 5ଟି ପ୍ରଡକ୍ସନ ଲାଇନ୍ସକୁ ବଢାଇ ଦୈନିକ 200,000ରୁ 700,000 ମାସ୍କ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛି’।

ty

4. ସ୍କୁଲ ଯିବେ ପିଲା

-ସ୍କୁଲ ଅଧିକାରୀମାନଙ୍କ କହିବା ହେଲା, ଏବେ ସ୍କୁଲର କାନ୍ଥଗୁଡିକୁ ଜୀବନୁମୁକ୍ତ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ହାଲୁକା କରାଯାଉଛି, ଯେପରି ସେମାନେ ସହଜ ଅନୁଭବ କରିପାରିବେ। ତେବେ ଏପ୍ରିଲ ଶେଷ କିମ୍ବା ମେ ପ୍ରାରମ୍ଭରେ ସ୍କୁଲ ଖୋଲାଯାଇପାରେ।

-ସାଂଘାଇ 27 ଏପ୍ରିଲରୁ ସ୍କୁଲ ଖୋଲିବା ଆରମ୍ଭ କରିବ। ବେଜିଂରେ ହାଇସ୍କୁଲ ଛାତ୍ରମାନେ 27 ଏପ୍ରିଲରୁ ସ୍କୁଲ ଯିବା ଆରମ୍ଭ କରିବେ ଏବଂ ଜୁନିଅର ଛାତ୍ରଛାତ୍ରୀମାନେ 11 ମେ’ରୁ ନିୟମିତ ସ୍କୁଲ ଶିକ୍ଷା ଆରମ୍ଭ କରିବେ। ବେଜିଂ ଶିକ୍ଷା ପ୍ରାଧିକରଣର ଜଣେ ପ୍ରବକ୍ତାଙ୍କ କହିବା ମୁତାବକ, ଜୁଲାଇରେ କଲେଜ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.