ରାଜ୍ୟ

ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି, ଓଡ଼ିଶାରେ ପହଁଚିଲା ପ୍ରଥମ କରୋନା ମେଡିସିନ୍‌

କରୋନା ଭୟରୁ ମିଳିଲା ମୁକ୍ତି । ଓଡ଼ିଶାରେ ପହଞ୍ଚିଲା କୋଭିଡ୍‌-୧୯ ମେଡିସିନ୍ । କରୋନା ମୁକାବିଲା ପାଇଁ ଓଡ଼ିଶା ଅଣାଯାଇଛି ରେମଡିସିଭିର ନାମକ ମେଡିସିନ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏହି ମଡିସିନ୍ ଆବଶ୍ୟକ ମୁତାବକ ମହଜୁଦ ରହିଥିବା ନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କୁ ହିଁ ମେଡିସିନ ଦିଆଯିବ । ହାଇଦ୍ରାବାଦସ୍ଥିତ ପ୍ରମୁଖ ଔଷଧ ନିର୍ମାତା କମ୍ପାନୀ “ହେଟେରୋ” କରୋନା ସଂକ୍ରମଣ ଚିକିତ୍ସା ପାଇଁ ଏହି କୋଭିଫର ଔଷଧ ଯୋଗାଣ ଆରମ୍ଭ କରିଛି ।

ଏହି ସ୍ୱତନ୍ତ୍ର ଔଷଧକୁ ପ୍ରଥମ କିସ୍ତରେ ୫ଟି ରାଜ୍ୟକୁ ଏହା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ୟୁନିଟ୍ ମେଡିସିନ୍ ଭୁବନେଶ୍ୱର ସମେତ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୋ, ପାଟନା, ରାଞ୍ଚି, ବିଜୟଓ୍ଵାଡା, କୋଚି, ତ୍ରିଭେନ୍ଦ୍ରମ୍ ଓ ଗୋଆକୁ ପଠାଯାଇଥିଲା । ଏହି ଔଷଧର ମୂଲ୍ୟ ୫ ହଜାର ୪ ଶହ ଟଙ୍କା ରହିଛି ।

ମହାମାରୀ କରୋନାକୁ କିଛି ପରିମାଣରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିରକୁ ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ସର୍ତ୍ତମୂଳକ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’କୁ ‘ରେମଡେସିଭିର’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା । ଏହାପରେ ହେଟେରୋ ଏହାର ନାମ ‘କୋଭିଫର୍’ ରଖି ଉତ୍ପାଦନ ଆରମ୍ଭ କରିଥିଲା।

ସେପଟେ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ୍‌ ସର୍ଭେ । ଆସନ୍ତା ପହିଲାରୁ ଗଞ୍ଜାମ, ଗଜପତି, କଟକରେ ସେରୋଲୋଜିକାଲ୍‌ ସର୍ଭେ କରାଯିବ । ଆଇସିଏମ୍‌ଆର ତରଫରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଟେଷ୍ଟ କରାଯାଉଛି । ଯେଉଁଗୁଡ଼ିକ ହଟ୍‌ସ୍ପଟ୍‌ ଅଞ୍ଚଳ ରହିଛି, ପ୍ରଥମେ ସେହି ଅଞ୍ଚଳରେ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାବାଦ ଓଡ଼ିଶାରେ ତିନି ପ୍ରକାରର କରୋନା ମେଡ଼ିସିନ ଉପଲବ୍ଧ ଅଛି । ପ୍ରଚୁର ପରିମାଣରେ ଡେକସା ମେଥାସନ ପ୍ରଚୁର ପରିମାଣରେ ମହଜୂତ ଥିବା ନେଇ କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

10 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago