ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି, ଓଡ଼ିଶାରେ ପହଁଚିଲା ପ୍ରଥମ କରୋନା ମେଡିସିନ୍‌

କରୋନା ଭୟରୁ ମିଳିଲା ମୁକ୍ତି । ଓଡ଼ିଶାରେ ପହଞ୍ଚିଲା କୋଭିଡ୍‌-୧୯ ମେଡିସିନ୍ । କରୋନା ମୁକାବିଲା ପାଇଁ ଓଡ଼ିଶା ଅଣାଯାଇଛି ରେମଡିସିଭିର ନାମକ ମେଡିସିନ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏହି ମଡିସିନ୍ ଆବଶ୍ୟକ ମୁତାବକ ମହଜୁଦ ରହିଥିବା ନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କୁ ହିଁ ମେଡିସିନ ଦିଆଯିବ । ହାଇଦ୍ରାବାଦସ୍ଥିତ ପ୍ରମୁଖ ଔଷଧ ନିର୍ମାତା କମ୍ପାନୀ “ହେଟେରୋ” କରୋନା ସଂକ୍ରମଣ ଚିକିତ୍ସା ପାଇଁ ଏହି କୋଭିଫର ଔଷଧ ଯୋଗାଣ ଆରମ୍ଭ କରିଛି ।

Medicationous ଏହି ସ୍ୱତନ୍ତ୍ର ଔଷଧକୁ ପ୍ରଥମ କିସ୍ତରେ ୫ଟି ରାଜ୍ୟକୁ ଏହା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ୟୁନିଟ୍ ମେଡିସିନ୍ ଭୁବନେଶ୍ୱର ସମେତ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୋ, ପାଟନା, ରାଞ୍ଚି, ବିଜୟଓ୍ଵାଡା, କୋଚି, ତ୍ରିଭେନ୍ଦ୍ରମ୍ ଓ ଗୋଆକୁ ପଠାଯାଇଥିଲା । ଏହି ଔଷଧର ମୂଲ୍ୟ ୫ ହଜାର ୪ ଶହ ଟଙ୍କା ରହିଛି ।

remdesivirମହାମାରୀ କରୋନାକୁ କିଛି ପରିମାଣରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିରକୁ ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ସର୍ତ୍ତମୂଳକ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ‘ହେଟେରୋ’କୁ ‘ରେମଡେସିଭିର’ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା । ଏହାପରେ ହେଟେରୋ ଏହାର ନାମ ‘କୋଭିଫର୍’ ରଖି ଉତ୍ପାଦନ ଆରମ୍ଭ କରିଥିଲା।

ସେପଟେ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ୍‌ ସର୍ଭେ । ଆସନ୍ତା ପହିଲାରୁ ଗଞ୍ଜାମ, ଗଜପତି, କଟକରେ ସେରୋଲୋଜିକାଲ୍‌ ସର୍ଭେ କରାଯିବ । ଆଇସିଏମ୍‌ଆର ତରଫରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ ଟେଷ୍ଟ କରାଯାଉଛି । ଯେଉଁଗୁଡ଼ିକ ହଟ୍‌ସ୍ପଟ୍‌ ଅଞ୍ଚଳ ରହିଛି, ପ୍ରଥମେ ସେହି ଅଞ୍ଚଳରେ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାବାଦ ଓଡ଼ିଶାରେ ତିନି ପ୍ରକାରର କରୋନା ମେଡ଼ିସିନ ଉପଲବ୍ଧ ଅଛି । ପ୍ରଚୁର ପରିମାଣରେ ଡେକସା ମେଥାସନ ପ୍ରଚୁର ପରିମାଣରେ ମହଜୂତ ଥିବା ନେଇ କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ମାମିନା ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.