ତୈଳଦର ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ୨ ଘଣ୍ଟିଆ ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଆକାଶ ଛୁଆଁ ହେଲାଣି ତୈଳଦର । ୮୦ ଟଙ୍କା ଛୁଇଁଲାଣି ପେଟ୍ରୋଲ ଦର। ବିଗତ ତିନି ସପ୍ତାହ ଭିତରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୯ ଟଙ୍କା ୧୨ ପଇସା ଓ ଡିଜେଲ୍ ଦାମ୍ ୧୧ ଟଙ୍କା ଏକ ପଇସା ବଢ଼ିଥିଲା। ଗତକାଲି ପେଟ୍ରୋଲ୍‌ ଦର ୨୧ ପଇସା ଓ ଡିଜେଲ୍‌ ୨୫ ପଇସା ବଢ଼ିଥିଲା। ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ ତରଫରୁ ୨ ଘଣ୍ଟିଆ ଧାରଣା କରାଯାଇଛି। ରିପୋର୍ଟ ଅନୁଯାୟୀ ରାଜଭବନ ସମ୍ମୁଖରେ ଅନେକ ବରିଷ୍ଠ କଂଗ୍ରେସ ନେତା ଏହି ଧାରଣାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଠା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.