ସଂକ୍ରମଣରୁ ବଞ୍ଚିବା ପାଇଁ NASA ଲଞ୍ଚ କଲା 3D ପ୍ରିଣ୍ଟେଡ ନେକ୍‌ଲେସ, ଯାହା ଦେବ ସତର୍କ ସୂଚନା

କରୋନା ଏବେ ଲଗାମ୍‌ ଛଡା ହୋଇଚାଲିଛି। ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ କିପରି ରୋକିହେବ ତାହାକୁ ନେଇ ସମଗ୍ର ଦୁନିଆର ଡାକ୍ତର ଏବଂ ବୈଜ୍ଞାନିକ ଦିନ ରାତି କାମ କରୁଛନ୍ତି। କରୋନା ଭ୍ୟାକସିନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ କରୋନା ଟୀକା ପ୍ରସ୍ତୁତ ହୋଇପାରିନାହିଁ। ତେଣୁ ଏହି ମହାମାରୀରୁ ବଞ୍ଚିବା ପାଇଁ ଯେତେ ସମ୍ଭବ ସାମାଜିକ ଦୂରତା ଏବଂ ପରିଷ୍କାରତା ଉପରେ ଗୁରୁତ୍ୱ ଦେବାକୁ ପଡୁଛି।

[ulse

ସଂକ୍ରମଣରୁ ବଞ୍ଚିବା ପାଇଁ ସାମାଜିକ ଦୂରତ୍ୱକୁ ସବୁଠାରୁ ବଡ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ଅନେକ ପ୍ରକାର ନିଞ୍ଜା ଟେକନିକ ଆପଣାଯାଉଛି। ଠିକ୍‌ ଏଭଳି ଏକ ପ୍ରୟାସ କରିଛି ନାସା। ନାସା ଏକ ଥ୍ରୀ ଡି ପ୍ରିଣ୍ଟେଡ ନେକଲେସ୍‌ ତିଆରି କରିଛି। ଯାହା ଆପଣଙ୍କୁ କୌଣସି ସଂକ୍ରମିତଙ୍କ ସଂପର୍କରେ ଆସିଲେ ସତର୍କ ସୂଚନା ଦେଇଥାଏ।

nasa

କେମିତି କାମ କରିଥାଏ ଥ୍ରୀ ଡି ନେକଲେସ୍‌ :

ଏହି ନେକଲେସର ନାମ PULSE ରଖାଯାଇଛି। ଏହି ନେକଲେସ ହାତର ଗତିବିଧିକୁ ଟ୍ରାକ କରିଥାଏ ଏବଂ ଚେହେରାକୁ ସ୍ପର୍ଶ କରିବାକୁ ମନା କରିଥାଏ। ଯଦି ଆପଣ ଏହି ନେକଲେସ ପିନ୍ଧନ୍ତି ଏବଂ ଚେହେରାକୁ ଛୁଇଁବାକୁ ଚେଷ୍ଟା କରନ୍ତି , ତେବେ ଏଥିରେ ଭାଇବ୍ରେସନ ଆଲାର୍ମ ବାଜିଥାଏ।

ଆପଣ ମୁହଁକୁ ପାଖକୁ ହାତ ଯିବା ମାତ୍ରେ ଏହା ଜୋରରେ ଭାଇବ୍ରେସନ ହେବାକୁ ଲାଗିଥାଏ।

ଏହାକୁ ନାସା ଜେଟ ପ୍ରୋପଲେସନ ଲାବ୍ରୋଟାରୀରେ ପ୍ରସ୍ତୁତ କରାଯାଇଛି।

ଏଥିରେ ୧୨ ଇଞ୍ଚର ପ୍ରୋକ୍ସିମିଟି ସେନସର ବ୍ୟବହାର କରାଯାଇଛି।

ଭ୍ରାଇବ୍ରେସନ ହେବା ପାଇଁ ଏକ ମୋଟର ମଧ୍ୟ ରହିଛି। ଏଥିରେ3V ବ୍ୟାଟେରୀ ମଧ୍ୟ ରହିଛି।

ଏହାକୁ ଆପଣ ବେକରୁ ଛଅ ଇଞ୍ଚ ତଳକୁ ରଖିଲେ ଏହା ସଠିକ ପରିଣାମ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.