ଆଜିଠୁ ଆରମ୍ଭ ହେଉଛି ତତ୍କାଳ ଟିକେଟ୍‌ ବୁକିଂ, ଏମିତି ବୁକ୍‌ କରନ୍ତୁ ଟିକେଟ୍‌

କରୋନା ସଙ୍କଟ ମଧ୍ୟରେ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲେଓ୍ଵ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିଛି। ରେଳ ବିଭାଗ ଦ୍ୱାରା ଚାଳିତ ହେଉଥିବା ସ୍ୱତନ୍ତ୍ର ଯାତ୍ରୀ ଟ୍ରେନ୍‌ ଓ ଏସି ସ୍ପେଶାଲରେ ତତ୍କାଳ ଟିକେଟ୍‌ ବୁକିଂ ସେବା ଆଜିଠୁ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ରେଲେଓ୍ଵର ପିଆରଓ ଶିବାଜୀ ସୁତାରଙ୍କ କହିବାନୁସାରେ ଜୁନ୍‌ ୩୦ ଓ ଏହା ପରେ ଚାଲିବାକୁ ଥିବା ଟ୍ରେନ୍‌ରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟରୁ ଯେଉଁ ଟ୍ରେନ୍‌ର ନମ୍ବର ୦ରୁ ଆରମ୍ଭ ହେଉଛି ତାହାର ବୁକିଂ କରାଯିବ।

Watch: One-off non-stop special train ferries migrants from ...

ରେଳ ଯାତ୍ରୀ ଜୁନ୍‌ ୩୦ରୁ ଯାତ୍ରା ପାଇଁ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ। ସକାଳ ୧୦ଟାରୁ ଏସି କ୍ଲାସ୍‌ ଓ ୧୧ଟାରୁ ସ୍ଲିପର କ୍ଲାସ୍‌ ପାଇଁ ତତ୍କାଳ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଅଗଷ୍ଟ ୧୨ ଯାଏଁ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଭାରତୀୟ ରେଳ ବିଭାଗ ତରଫରୁ ଗୁରୁବାର ଏନେଇ ସୂଚନା ଦିଆଯାଇଥିଲା। ଏଣୁ ଅଗଷ୍ଟ ୧୨ ଯାଏଁ କେବଳ ସ୍ୱତନ୍ତ୍ର ରେଳ ଚଳାଚଳ କରିବ ବୋଲି ସ୍ପଷ୍ଟ ହୋଇଛି।

ଏମିତି କରନ୍ତୁ ବୁକିଂ:

-ଯଦି ଆପଣ ସେକେଣ୍ଡ କ୍ଲାସ୍‌ ବା ସ୍ଲିପରରେ ତତ୍କାଳ ଟିକେଟ ବୁକ୍‌ କରିବାକୁ ଚାହୁଁଛନ୍ତି ତେବେ ଅନ୍‌ଲାଇନ୍‌ କିମ୍ବା ସିଧାସଳଖ କାଉଣ୍ଟରରୁ ବୁକ୍‌ କରିପାରିବେ।
-ଯଦି ଆପଣ ୩୦ ଜୁନ୍‌ରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୯ରେ ସକାଳ ୧୦ଟା କିମ୍ବା ୧୧ଟାରେ ବୁକ୍‌ କରିପାରିବେ।

All regular train tickets for travel till June 30 cancelled ...
-ଟିକେଟ ବୁକିଂ ପାଇଁ ସାଙ୍ଗରେ ପରିଚୟ ପତ୍ର ନେବା ବାଧ୍ୟତାମୂଳକ।
-ଯଦି ଆପଣ ତତ୍କାଳ ଟିକେଟ କ୍ୟାନ୍‌ସଲ କରୁଛନ୍ତି ତେବେ କୌଣସି ରିଫଣ୍ଡ ମିଳିବ ନାହିଁ। ରେଲେଓ୍ଵ ତରଫରୁ ସମ୍ପୂର୍ଣ୍ଣ ଅର୍ଥ କାଟି ଦିଆଯିବ। -କିନ୍ତୁ ଯଦି ଟ୍ରେନ୍‌ କ୍ୟାନ୍‌ସଲ ହୁଏ ତେବେ ସମସ୍ତ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.