ବାଦଶାହଙ୍କ ଗୀତ ‘ଗେଣ୍ଡା ଫୁଲ’ ଗୀତ ଶିଖୁଛନ୍ତି ଏହି କ୍ରିକେଟର, ଯାହାକୁ ଦେଖି ହସ ରୋକିପାରୁନାହାନ୍ତି ଦୁଇ ଝିଅ

କରୋନା ଭାଇରସ ସଂକ୍ରମଣ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ ଆୟୋଜନ କରାଯାଇନାହିଁ। ଫଳରେ ଖେଳାଳିମାନେ ଲକଡାଉନରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ଵାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ସେ ଟିକଟକରେ ପ୍ରତିଦିନ ମଜାଦାର ଭିଡିଓ ସେୟାର କରୁଛନ୍ତି।

 

View this post on Instagram

 

Trying to rehearse the song 😂😂 What’s next?? #kids #gendaphool @badboyshah #comedy

A post shared by David Warner (@davidwarner31) on

ନିକଟରେ ରିଲିଜ ହୋଇଥିବା ବାଦଶାହ ଏବଂ ଜ୍ୟାକଲିନଙ୍କ ଗୀତ ‘ଗେଣ୍ଡା ଫୁଲ’ ଗୀତ ଗାଉଥିବା ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହାତରେ ମୋବାଇଲ କାନରେ ଇଅରଫୋନ ଦେଇ ଗୀତ ଶୁଣି ଗାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଏପରି ଦେଖି ଦୁଇ ଝିଅ ହସି ହସି ଗଡିଯାଉଛି। ପୂର୍ବରୁ ମଧ୍ୟ ଓ୍ଵାର୍ଣ୍ଣନର ଦୁଇ ଝିଅଙ୍କ ସହିତ ମିଶି ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ।

ପୂର୍ବରୁ , ଓ୍ଵାର୍ଣ୍ଣର ଝିଅ ସହିତ କ୍ୟାଟ୍ରିନାଙ୍କ ଆଇଟନ ସଂଗ ଶିଲା କି ଜଓ୍ଵାନୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ପ୍ରକୃତ ଗୀତରେ ଯେପରି କ୍ୟାଟ୍ରିନା ଡ୍ୟାନ୍ସ କରିଥିଲେ ଦୁହେଁ ସେପରି ଡ୍ୟାନ୍ସ ଷ୍ଟେପ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ପୋଷ୍ଟ କରି ଓ୍ଵାର୍ଣ୍ଣର ଲେଖିଛନ୍ତି, ‘କିଏ ଆମକୁ ସାହାଯ୍ୟ କର’। ସୂଚନାଯୋଗ୍ୟ ଡେଭିଡଙ୍କ ପାଞ୍ଚବର୍ଷର ଝିଅ ଟିକଟକରେ ଆକାଉଣ୍ଟ ଖୋଲିଛନ୍ତି ଏବଂ ଯେଉଥିରେ ସେ ମଜାଦାର ଭିଡିଓ ପୋଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.