ଗଞ୍ଜାମ: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ୪ଟି ଓ୍ଵାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗଞ୍ଜାମ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟ ବଢ଼ାଯାଇଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ୪ଟି ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସୁଚନା ମୁତାବକ ଓ୍ଵାର୍ଡ ନମ୍ବର ୬, ୧୦, ୧୨ ଓ ୧୬କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଓ୍ଵାର୍ଡ ନମ୍ବର ୬ର ରିଗିଡି ରାସ୍ତାରୁ ବ୍ଳକ ସ୍କୋୟାର, ୧୦ ନମ୍ବର ଓ୍ଵାର୍ଡର ବିଜୁ ପଟ୍ଟନାୟକ ଛକଠାରୁ ରିଗିଡି ରାସ୍ତା ଅଂଚଳ ପର୍ଯ୍ୟନ୍ତ ରହିଛି । ଯେବେକି ଓ୍ଵାର୍ଡ ନମ୍ବର ୧୨ର ଏନ୍‌ଏସି ହାଇସ୍କୁଲରୁ ବିଜୁ ପଟ୍ଟନାୟକ ଛକ, ଓ୍ଵାର୍ଡ ନମ୍ବର ୧୨ ଓ ୧୬ର ବଇଁଚବଣିଆରୁ ଏନ୍‌ଏସି ହାଇସ୍କୁଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ସହରର ୬ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବେ ‌ଘୋଷଣା କରାଯାଇଛି ।

ସେହି ଅନୁଯାୟୀ ସାହୁ କଲୋନୀ, ଭାବା ନଗରର ଚତୁର୍ଥ ଲେନ୍‌, ତୁଳସୀ ନଗରର ଷଷ୍ଠ ଲେନ୍‌, ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌, ଗାନ୍ଧୀ ନଗରର ଚତୁର୍ଥ ଲେନ ଏବଂ ବର୍ମା କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଏହି ଅଞ୍ଚଳ ଗୁଡିକର ସମସ୍ତ ଜନସାଧାରଣ ୧୪ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବେ । ଏହି କାରଣରୁ ଅଧିବାସୀଙ୍କୁ ବିଏମସି ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହି ସମୟରେ କୌଣସି ବି ବ୍ୟକ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ଅନୁଷ୍ଠାନ ବନ୍ଦ ରହିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.