ରାଜ୍ୟ

କରୋନା ବୁଝେନି ସମ୍ପର୍କର ମୂଲ, କେତେ ଆଉ ମଣିଷ ଦେଖିବ ଏମିତି କରୁଣ କାହାଣୀ

ସୁନ୍ଦରଗଡ (କେନ୍ୟୁଜ) :  ‘‘କରୋନା’’ , ଏହି ମହାମାରୀର ମୁକାବିଲା ପାଇଁ ଏବେ ସାରା ଦେଶ ଲଢୁଛି ମାତ୍ର ଏହି ମାହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଉଜାଡି ଦେଉଛି ସଂସାର, କେଉଁଠି ବାପା ଅ।ଗରେ ପୁଅ ଚାଲିଯାଉଛି ତ ଅ।ଉ କେଉଁ ଠି ନବବିବାହିତା ସ୍ତ୍ରୀ ଅ।ଗରେ ତା ସ୍‌ାମୀ, କେଉଁ ପିଲା ବାପ ଛେଉଣ୍ଡ ହେଉଛି ତ ଅ।ଉ କେଉଁଠି ଲୋକେ ତାଙ୍କ ପ୍ରିୟଜନଙ୍କୁ ହରାଉଛନ୍ତି। ବେଶ କିଛି ଦିନ ହେବ ଏହିଭଳି ଅନେକ କରୁଣ କାହାଣି ଅ।ସୁଛି ସାମ୍ନାକୁ। ଅ।ଉ ଏଠି ପୁଅର ଚିକିତ୍ସା ନିମନ୍ତେ କାଗଜ ଧରି ବାପା ନେହୁରା ହେଉଥିବା ବେଳେ ମରିବାର ୧୨ ଘଣ୍ଟା ପରେ ବି ମୃତ ଦେହ ପାଉନାହାନ୍ତି ପରିବାର ଲୋକେ। ଯାହାକୁ ନେଇ ଦେଖାଦେଇଛି ଉତ୍ତେଜନା।

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ କୋଭିଡ ମୁକାବିଲା ପାଇଁ ଡାକ୍ତରଖାନାରେ ସମସ୍ତ ଆନୁସାଙ୍ଗିକ ବ୍ଯବସ୍ଥା କରୁଛନ୍ତି ହେଲେ ସ୍ଥିତିରେ ସୁଧାର ଅ।ସୁନାହିଁ ଅ।ଉ ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ କରୁଣ ଦୃଶ୍ୟ ପଦାକୁ ଆସୁଛି । ସୁନ୍ଦରଗଡ ସଦର ମହକୁମାରେ ରହିଥିବା ଏନଟିପିସି କୋଭିଡ କେଆର ସେଣ୍ଟର ସାମନାରେ ହେମଗିର ବ୍ଲକ କଲେଟପାନି ଅଂଚଳରୁ ଅ।ସି ନିଜ ଭେଣ୍ଡିଅ। ପୁଅର ଚିକିତ୍ସା ପାଇଁ ସମସ୍ତଙ୍କ ଠାରେ କାକୁତି ମିନତି ହେବା ସହ ଆମ୍ବୁଲାନ୍ସ ପାଇଁ ବାପ ଜଣକ କଇଁ କଇଁ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।

ଅ।ଉ ଅନ୍ଯ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ସଦର ବ୍ଲକ ରୁପିଡ଼ିହି ଗ୍ରାମର ଜିତେନ୍ଦ୍ର କେଶରୀଙ୍କର କରୋନା ରେ ମୃତ୍ୟୁ ଘଟିଥିଲା ହେଲେ ଆଜି ସକାଳ ୧୦ ଟା ୩୦ ପର୍ଯ୍ଯନ୍ତ ଶବ ଡାକ୍ତରଖାନାରେ ହିଁ ପଡିରହିଥିଲା । ସମ୍ପର୍କୀୟ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଗୁହାରି କରି କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । କାଗଜପତ୍ର କାମ ଚାଲିଛି ବୋଲି କହି ସମୟ ଗଡାଇ ଚାଲିଥିଲେ । କୋଭିଡ ପରିଚାଳନାରେ ଏଭଳି ଖାମଖିଆଲ ମନୋବୃତି କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ତେବେ ଏସବୁ ଦୃଶ୍ୟ ଦେଖି ଲାଗୁଛି ଜୀବନର ମାନେ କିଛି ନାହିଁ। ଏହି ମହାମାରୀ କରୋନା ଧନୀ ଗରିବ କାହାକୁ ବି ଛାଡୁନି। ନା ବୁଝୁଛି ସମ୍ପର୍କର ମୂଲ। ସେଥିପାଇଁ ତ ସାମାନ୍ୟ ବ୍ୟବଧାନ ପରେ ପୁଣି ଦ୍ୱିତୀୟ ଲହରୀରେ ଆଉ ସକ୍ରିୟ ହୋଇଯାଇଛି ଏହି କିଲର ଭାଇରସ୍‌ କରୋନା।

Pritiparna

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago