ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଏକ କରୋନା ଯମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଏସ୍ପି ସାରା ଶର୍ମା ।
ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପ୍ରୟାସ ଥିଲା ଅନ୍ୟତମ । ଯାହା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଦେଖାଯାଇଥିଲା।
ପ୍ରତ୍ୟେକ ଦିନ ଲୋକଙ୍କୁ କିଛି ନୂଆନୂଆ ଶୈଳୀ ମାଧ୍ୟରେ ସଚେତନ କରିବା ପାଇଁ ଯମ, ଚିତ୍ରଗୁପ୍ତ ଓ କରୋନା ବେସରେ କିଛି ପୋଲିସ କର୍ମଚାରୀ ସାହି ବସ୍ତି ଘର ଘର ବୁଲି ବୁଲି ସଚେତନା ସୃଷ୍ଟି କରିଥିଲେ ।
ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତକୁ ବିଷୋଧୀତ କରିବା ଆଦି ସ୍ଥାନେ ସ୍ଥାନେ ପୋଲିସ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଏସ୍ପି ସାରା ଶର୍ମାଙ୍କୁ ଲୋକେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ ।
ଏସ୍ପି ନିଜେ ପୌରପାଳିକାର ସଫେଇ କର୍ମଚାରୀମାନଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରିଥିଲେ । ସଫେଇ କର୍ମଚାରୀଙ୍କୁ ସମସ୍ତ ପୋଲିସ କର୍ମଚାରୀ ଓ ଜନସାଧାରଣ କରତାଳି ଦେଇ ସମ୍ମାନ ପ୍ରଦାନ କରିଥିଲେ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…