ପାରଳାଖେମୁଣ୍ଡି ଠାରେ କରୋନା ଯମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଏକ କରୋନା ଯମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଏସ୍‌ପି ସାରା ଶର୍ମା ।

ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପ୍ରୟାସ ଥିଲା ଅନ୍ୟତମ । ଯାହା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଦେଖାଯାଇଥିଲା।

ପ୍ରତ୍ୟେକ ଦିନ ଲୋକଙ୍କୁ କିଛି ନୂଆନୂଆ ଶୈଳୀ ମାଧ୍ୟରେ ସଚେତନ କରିବା ପାଇଁ ଯମ, ଚିତ୍ରଗୁପ୍ତ ଓ କରୋନା ବେସରେ କିଛି ପୋଲିସ କର୍ମଚାରୀ ସାହି ବସ୍ତି ଘର ଘର ବୁଲି ବୁଲି ସଚେତନା ସୃଷ୍ଟି କରିଥିଲେ ।

ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତକୁ ବିଷୋଧୀତ କରିବା ଆଦି ସ୍ଥାନେ ସ୍ଥାନେ ପୋଲିସ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଏସ୍‌ପି ସାରା ଶର୍ମାଙ୍କୁ ଲୋକେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ ।

ଏସ୍‌ପି ନିଜେ ପୌରପାଳିକାର ସଫେଇ କର୍ମଚାରୀମାନଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରିଥିଲେ । ସଫେଇ କର୍ମଚାରୀଙ୍କୁ ସମସ୍ତ ପୋଲିସ କର୍ମଚାରୀ ଓ ଜନସାଧାରଣ କରତାଳି ଦେଇ ସମ୍ମାନ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.