Below header

କେମିତି ଖାଇବା ଓ କଣ କଣ ଖାଇଲେ ଦୂରେଇ ରହିବ କରୋନା ? ଜାଣନ୍ତୁ WHO ଜାରି କରିଥିବା ଗାଇଡଲାଇନ ବିଷୟରେ

କେନ୍ୟୁଜ୍ (ବ୍ୟୁରୋ): ପ୍ରଥମ ଥର ପାଇଁ WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଖାଦ୍ୟକୁ ନେଇ ଜାରି କଲା ଗାଇଡଲାଇନ। ବଜାରରୁ ପରିବା କିଣିବା ଓ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିପରି ସବୁ ଦିଗ ପ୍ରତି ଧ୍ୟନ ରଖି ଖାଦ୍ୟକୁ  ଓ ନିଜକୁ କରୋନା କବଳରୁ  ରକ୍ଷା ପାଇବେ ସେନେଇ ୫ଟି ବିଷୟ ପ୍ରତି ଧ୍ୟାନ ଦେବାକୁ କହିଛି।

୧- ଖାଦ୍ୟ ପ୍ରସ୍ତୁତ ବା ରାନ୍ଧିବା ସମୟରେ ଏହା ପୂର୍ବରୁ ହାତକୁ ଭଲ ଭାବରେ ଧୂଅନ୍ତୁ । ଶୌଚ ବା ଟଏଲେଟ୍‌ ବ୍ୟବହାର କରିବା ପରେ ହାତକୁ ଭଲ ଭାବରେ ସାବୁନ୍‌ ପାଣିରେ ଧୂଅନ୍ତୁ । ଖାଦ୍ୟ ପ୍ରସ୍ତୁତ ହେଉଥିବା ସମସ୍ତ ଜିନିଷକୁ ଭଲ ଭାବରେ ଧୂଅନ୍ତୁ । ଖାଦ୍ୟକୁ କୀଟ ପତଙ୍କ ଓ ଜୀବ ଜନ୍ତୁଙ୍କ ଠାରୁ ଦୂରରେ ରଖନ୍ତୁ ।

 

୨- ଖରାପ ବା ଅପରିଷ୍କାର ସ୍ଥାନରେ ବସିକରି ଆସିଥିବା କୀଟ ପତଙ୍କ ଓ ଜୀବ ଜନ୍ତୁ ଅନେକ ରୋଗର କାରଣ । କିଛି କୀଟ ପତଙ୍ଗ ବାସନକୁସନରେ ରହିଯାଆନ୍ତି। ଏମାନେ ଅନେକ ରୋଗ ଜୀବାଣୁର ବାହାକ । ଏମାନଙ୍କୁ ଅନେକ ରୋଗ ହୋଇଥାଏ ।

୩ – ମାଂସ, ମାଛ, ଚିକେନ୍‌, ଚିଙ୍ଗୁଡିକୁ ଅନ୍ୟ ଖାଦ୍ୟ ପ୍ରଦାର୍ଥରୁ ଦୂରରେ ରଖନ୍ତୁ । ଏହାର ବାସନ କୁସନ ମଧ୍ୟ ଅଲଗା ରଖନ୍ତୁ । ଯେଉଁଥିରେ ଏହାକୁ କାଟୁଛନ୍ତି ତାହର ଛୁରି କି ପିନିକି ଅଲଗା କରନ୍ତୁ ଓ ଏହାକୁ ଭଲ ଭାବରେ ସଫା କରନ୍ତୁ । ଏହାକୁ ଖାଇବାରେ ବ୍ୟବହାର କରୁଥିବା କୌଣସି ବାସନରେ ରଖନ୍ତୁ ନାହିଁ । କଞ୍ଚା ମାଂସ, ମାଛ ଓ ଚିକେନ୍‌ରେ ଅନେକ ଜୀବାଣୁ ଓ ଭାଇରସ୍‌ ଥାଆନ୍ତି। ଏହାକୁ ଅଲଗା ରଖନ୍ତୁ ।

 

୪- ଖାଦ୍ୟକୁ ଭଲ ଭାବରେ ଗରମ କରନ୍ତୁ । ମାଛ, ମାଂସ, ଅଣ୍ଡା, ଚିକେନ୍‌ ଓ ଅନ୍ୟାନ ଜୀବ ଜନିତ ଖାଦ୍ୟକୁ ଭଲ ଭାବରେ ରୋଷାଇ କରନ୍ତୁ । ଏହାକୁ ଅତି କମ୍‌ରେ ୭୦ ଡିଗ୍ରୀରେ ରୋଷାଇ କରନ୍ତୁ । ଏହାକୁ ଭଲ ଭାବରେ ସିଝାନ୍ତୁ ଏହାର ସମସ୍ତ ଜୀବାଣୁ ୭୦ ଡିଗ୍ରୀରେ ମରି ଯାଆନ୍ତି ।

 

୫ – ଖାଦ୍ୟ ରୋଷାଇ ହେଲେ ଅଧିକ ସମୟ ବାହାରେ ରଖନ୍ତୁ ନାହିଁ । ଫ୍ରିଜରେ ରଖନ୍ତୁ । ଖାଦ୍ୟ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଗରମ କରନ୍ତୁ । ଫ୍ରିଜରେ ଅଧିକ ଦିନ ଖାଦ୍ୟ ରଖନ୍ତୁ ନାହିଁ ।

  • ଘରେ ରହୁଥିବା ଖାଦ୍ୟରେ ରୋଗ ଜୀବାଣୁ ବାହୁତ ଜୋରେ ବୃଦ୍ଧି ପାଆନ୍ତି । ମାତ୍ର ୫ ଡିଗ୍ରୀରୁ କମ୍‌ ଓ ୬୦ ଡିଗ୍ରୀରୁ ଅଧିକ ହେଲେଏମାନେ ନଷ୍ଟ କିମ୍ବା ନିଷ୍କ୍ରିୟା ହୋଇଯାଆନ୍ତି । ମାତ୍ର କିଛି ଭୟଙ୍କର ଜୀବାଣୁ ୫ ଡିଗ୍ରୀରେ ବୃଦ୍ଧି ପାଆନ୍ତି ।
  • ଖାଇବା ଓ ପିଇବା ସମୟରେ ସଫା ଓ ପରିଷ୍କାର ପାଣି ବ୍ୟବହାର କରନ୍ତୁ . ପାଣିକୁ ଫୁଟାଇ ପରେ ସାଧାରଣ ତାପମାତ୍ରାରେ ଏହାକୁ ପିଇବା ଭଲ ।
  • ଫଳ ଓ ପନି ପରିବାକୁ ବାହାରୁ କିଣିକରି ଆଣୁଥିଲେ ଭଲ ଭାବରେ ଧୂଅନ୍ତୁ । ତାଜା ଓ ପୌଷ୍ଟିକ ଫଳ ପନିପରିବା ଖାଆନ୍ତୁ । ଏକ୍ସପାୟରି ଖାଦ୍ୟ ବ୍ୟବହାର କରନ୍ତୁ ନାହିଁ ।
  • ପାଣି ଓ ବରଫରେ ମଧ୍ୟ କେତକ ଭାଇରସ୍‌ ମିଳନ୍ତି । କଞ୍ଚା ପନିପରିବାକୁ ଭଲ ଭାବରେ ଧୋଇବା ପରେ କାଟନ୍ତୁ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.