ରାଜ୍ୟ

ହେ ବିଧାତା କଣ ହେଲା! ବାହାଘରର ଦୁଇ ଦିନ ପରେ ଦୁର୍ଘଟଣା ଚାଲିଗଲା ନବଦମ୍ପତିଙ୍କ ଜୀବନ

ବ୍ରହ୍ମପୁର(କେନ୍ୟୁଜ୍): ଏଇ ଚାରି ଦିନ ତଳେ ସମ୍ପର୍କର ସୂତା ଖିଅରେ ଛନ୍ଦାଛନ୍ଦି ହୋଇ ଆରମ୍ଭ କରିଥିଲେ ନୂଆ ସଂସାର । ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରେ ଝଟକୁଛି ବାହାଘର ତାରିଖ। ପ୍ରଭାଲିକାଙ୍କ ପାଖରେ ଲେଖାଅଛି ଭେନୁଙ୍କ ନାଁ । ହେଲେ ସତ ସତିକା ଜୀବନରେ କିନ୍ତୁ ଆଉ ନାହାନ୍ତି ଉଭୟ ପ୍ରଭାଲିକାଙ୍କ କି ଭେନୁ । ମର୍ମନ୍ତୁଦ ସଡକ ଦୁର୍ଘଟଣା ଲିଭାଇ ଦେଇଛି ଉଭୟଙ୍କ ଜୀବନ ଦୀପ। ସାରା ଜୀବନ ଏକାଠି ରହିବେ ବୋଲି ପରସ୍ପରଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଉଭୟ ପାଳନ ଯେମିତି ପାଳନ କରିଛନ୍ତି। ଓଃ । ଏ ଛାତିଥରା ଘଟଣା ଶୁଣି ବିଶ୍ୱାସ କରିହେଉନାହିଁ ।

ଗତ ୧୦ ତାରିଖର ଏ ଦ୍ରୁଶ୍ଯ। ବ୍ରହ୍ମପୁରର ସିଏଚ.ପ୍ରଭାଲିକା ଓ ଇଚ୍ଛାପୁରର ଜି.ବେଣୁ। ବେଶ୍ ହସଖୁସିରେ ଦୁଇ ପରିବାର ଉଭୟଙ୍କ ବିବାହ କରିଥିଲେ। ଖୁବ୍ ଧୁମଧାମ୍ ରେ ଆୟୋଜନ କରାଯାଇଥିଲା ବାହାଘର। ପ୍ରଭାଲିକା ଓ ଭେନୁ ଉଭୟ ଖୁବ୍ ଖୁସି ଥିଲେ। ବିବାହର ସବୁ ରସମ୍ କୁ ଉତ୍ସାହ ସହ ପାଳନ କରିଥିଲେ। ଯାହାର ଭିଡିଓ ଦେଖିଲେ ଆପଣଙ୍କ ପାଟିରୁ ବାହାରି ପଡିବ କି ସୁନ୍ଦର ଯୋଡି, କାହାର ନଜର ନଲାଗୁ। ହେଲେ ସହିପାରିଲାନି ବିଧାତା ଦେଇଗଲା ଏମିତି ଦୁଃଖ ଯାହାକୁ ସହିବା ଅସମ୍ଭବ। ବିବାହର ୨ଦିନ ପରେ ସାଥୀ ହୋଇ ଚାଲିଗଲା ବରବଧୁଙ୍କ ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନବଦମ୍ପତି ପ୍ରଭାଲିକା ଓ ଭେନୁଙ୍କର ମୃତ୍ଯୁ ହୋଇଛି।

ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଘଟିଥିଲା ଏହି ଛାତିଥରା ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ସମ୍ମୁଖରେ ବୁଲାଣିରେ ସାମନା ପଟରୁ ଆସୁଥିବା ଟ୍ରାକ୍ଟର ପ୍ରଭାଲିକା ଓ ଭେନୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ସ୍ଥଳର ସେହି ଦ୍ରୁଶ୍ଯ ଦେଖିବା ସମ୍ଭବ ହୋଇପାରୁନଥିଲା। ଖବର ପାଇ ଯେତେବେଳେ ପରିବାର ଲୋକ ଘଟଣାସ୍ଥଳରେ ପହଁଚିଥିଲେ ସତେ ସେମାନଙ୍କ ପାଦ ତଳୁ ମାଟି ଖସିପଡିଥିଲା। ଛାତି ଫଟା ଚିତ୍କାରରେ ଫଶଟି ପଡୁଥିଲା ପରିବେଶ।

ଏପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ଗୋଳନ୍ଥରା ଥାନା ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି। ରୀତିନୀତି ଅନୁସାରେ ବିବାହର ତିନି ଦିନରେ ଉଭୟେ ବାଇକ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଭଗବାନ୍ ଉଭୟଙ୍କ ଆତ୍ମାର ସଦଗତି କରନ୍ତୁ ଏବଂ ଉଭୟଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଧୈର୍ଯ୍ଯ ଦିଅନ୍ତୁ।

Sonalisa

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

6 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

35 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

54 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago