କ୍ରୀଡା

ମହିଳା ପ୍ରିମିୟର ଲିଗ୍‌ : ୫୯.୫୦ କୋଟି ଟଙ୍କାରେ ବିକ୍ରି ହେଲେ ୮୭ ଖେଳାଳି, ସ୍ମୃତି ସବୁଠୁ ମହଙ୍ଗା

ମହିଳା ପ୍ରିମିୟର ଲିଗ୍‌(WPL) ନିଲାମୀ ହୋଇଥିଲା। ନିଲାମୀରେ ୪୦୯ ଜଣ ଖେଳାଳିଙ୍କ ମଧ୍ୟରୁ ୨୦୯ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ନିଲାମୀ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ସ୍ମୃତିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)୩.୪ କୋଟି ଟଙ୍କାରେ କିଣିଛି।

WPLର ପ୍ରଥମ ସଂସ୍କରଣ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିଅର୍ସ ଓ ଗୁଜରାଟ ଜିଆଣ୍ଟସ ଭାଗ ନେଇଥିଲେ । ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୩ରୁ ୨୬ ତାରିଖ ଯାଏ ମୁମ୍ବାଇରେ ଖେଳାଯିବ।

ମହଙ୍ଗା ଭାରତୀୟ ଖେଳାଳି :

ସ୍ମୃତି ମନ୍ଧାନା : ୩.୪ କୋଟି (ଆରସିବି)
ଦୀପ୍ତି ଶର୍ମା: ୨.୬ କୋଟି(ୟୁପି ଓ୍ଵାରିଅର୍ସ)
ଜେମିମା ରୋଡ୍ରିଂସ: ୨.୨ କୋଟି( ଦିଲ୍ଲୀ କ୍ୟାପିଟାଲ୍ସ)
ଶେଫାଳି ବର୍ମା : ୨.୦ କୋଟି ( ଦିଲ୍ଲୀ କ୍ୟାପିଟାଲ୍ସ)
ପୂଜା ବସ୍ତ୍ରକାର : ୧.୯ କୋଟି( ଦିଲ୍ଲୀ କ୍ୟାପିଟାଲ୍ସ)

ମହଙ୍ଗା ବିଦେଶୀ ଖେଳାଳି:

ଏଶଲେ  ଗାର୍ଡନର: ୩.୨ କୋଟି(ଗୁଜରାଟ ଜିଆଣ୍ଟସ)
ନତାଲି ସାଇବର ବ୍ରଣ୍ଟ: ୩.୨ କୋଟି( ମୁମ୍ବାଇ ଇଣ୍ଡିଆନ୍ସ)
ବେଥ ମୁନି: ୨.୦ କୋଟି ( ଗୁଜରାଟ ଜିଆଣ୍ଟସ)
ସୋଫିଆ ଏସ୍କେଲଷ୍ଟୋନ : ୧.୮କୋଟି( ୟୁପି ଓ୍ଵାରିଅର୍ସ)
ଏଲିସ ପେରି: ୧.୮ କୋଟି (ଆରସିବି)

ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟି ଟଙ୍କାରେ କିଣିଛି । ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ ୫୦ ଲକ୍ଷ ଟଙ୍କାରେ ଆରସିବିକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଆରସିବି ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ କିଣିଛି । ସେହିପରି ରିଚା ଘୋଷଙ୍କୁ ବାଙ୍ଗାଲୋର ୧.୯ କୋଟି, ୟସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟି, ହରଲିନ ଦେଓ୍ଵଲଙ୍କୁ ଗୁଜରାଟ ୪୦ ଲକ୍ଷରେ କିଣିନେଇଛି ।

ମୋଟ ଉପରେ ୫ ଦଳକୁ ସର୍ବାଧିକ ୬୦ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ଥିଲା। ସେମାନେ ୮୯ ଜଣ ଖେଳାଳିଙ୍କୁ ୫୯.୫୦ କୋଟିରେ କିଣିଛନ୍ତି। ଆରସିବି ଓ ଦିଲ୍ଲୀ ୧୮ ଜଣ ଲେଖାଏଁ ଖେଳାଳି କିଣିଥିବା ବେଳେ ମୁମ୍ବାଇ ଓ ଗୁଜରାଟ ୧୭ ଜଣ ଲେଖାଏ ଖେଳାଳିଙ୍କୁ କିଣିଛନ୍ତି। ସେହିପରି ୟୁପି ୧୬ ଜଣ ଖେଳାଳିଙ୍କୁ କିଣିଛି ।

Swagatika

Recent Posts

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

8 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

18 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

30 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

33 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

33 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

57 mins ago