ମହିଳା ପ୍ରିମିୟର ଲିଗ୍ : ୫୯.୫୦ କୋଟି ଟଙ୍କାରେ ବିକ୍ରି ହେଲେ ୮୭ ଖେଳାଳି, ସ୍ମୃତି ସବୁଠୁ ମହଙ୍ଗା
ସରିଲା ମହିଳା ପ୍ରିମିୟର ଲିଗ୍ ପାଇଁ ନିଲାମୀ । ୫୯.୫୦ କୋଟି ଟଙ୍କାରେ ବିକ୍ରି ହେଲେ ୮୭ ଖେଳାଳି । ୫ଟି ଦଳ ନିଲାମୀ ମାଦ୍ୟରେ ସମସ୍ତଙ୍କୁ ଖେଳିଛନ୍ତି । ସ୍ମୃତି ମନ୍ଧାନା ସବୁଠାରୁ ମହଙ୍ଗା ଖେଳାଳି ।
ମହିଳା ପ୍ରିମିୟର ଲିଗ୍(WPL) ନିଲାମୀ ହୋଇଥିଲା। ନିଲାମୀରେ ୪୦୯ ଜଣ ଖେଳାଳିଙ୍କ ମଧ୍ୟରୁ ୨୦୯ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ନିଲାମୀ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ସ୍ମୃତିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)୩.୪ କୋଟି ଟଙ୍କାରେ କିଣିଛି।
WPLର ପ୍ରଥମ ସଂସ୍କରଣ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିଅର୍ସ ଓ ଗୁଜରାଟ ଜିଆଣ୍ଟସ ଭାଗ ନେଇଥିଲେ । ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୩ରୁ ୨୬ ତାରିଖ ଯାଏ ମୁମ୍ବାଇରେ ଖେଳାଯିବ।
ମହଙ୍ଗା ଭାରତୀୟ ଖେଳାଳି :
ସ୍ମୃତି ମନ୍ଧାନା : ୩.୪ କୋଟି (ଆରସିବି)
ଦୀପ୍ତି ଶର୍ମା: ୨.୬ କୋଟି(ୟୁପି ଓ୍ଵାରିଅର୍ସ)
ଜେମିମା ରୋଡ୍ରିଂସ: ୨.୨ କୋଟି( ଦିଲ୍ଲୀ କ୍ୟାପିଟାଲ୍ସ)
ଶେଫାଳି ବର୍ମା : ୨.୦ କୋଟି ( ଦିଲ୍ଲୀ କ୍ୟାପିଟାଲ୍ସ)
ପୂଜା ବସ୍ତ୍ରକାର : ୧.୯ କୋଟି( ଦିଲ୍ଲୀ କ୍ୟାପିଟାଲ୍ସ)
ମହଙ୍ଗା ବିଦେଶୀ ଖେଳାଳି:
ଏଶଲେ ଗାର୍ଡନର: ୩.୨ କୋଟି(ଗୁଜରାଟ ଜିଆଣ୍ଟସ)
ନତାଲି ସାଇବର ବ୍ରଣ୍ଟ: ୩.୨ କୋଟି( ମୁମ୍ବାଇ ଇଣ୍ଡିଆନ୍ସ)
ବେଥ ମୁନି: ୨.୦ କୋଟି ( ଗୁଜରାଟ ଜିଆଣ୍ଟସ)
ସୋଫିଆ ଏସ୍କେଲଷ୍ଟୋନ : ୧.୮କୋଟି( ୟୁପି ଓ୍ଵାରିଅର୍ସ)
ଏଲିସ ପେରି: ୧.୮ କୋଟି (ଆରସିବି)
High Intensity 🚨!
Scenes from the #WPLAuction 👍
Which teams’ picks have impressed you the most so far? 🤔 pic.twitter.com/L4OVjOnpei
— Women’s Premier League (WPL) (@wplt20) February 13, 2023
ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟି ଟଙ୍କାରେ କିଣିଛି । ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ ୫୦ ଲକ୍ଷ ଟଙ୍କାରେ ଆରସିବିକୁ ଯାଇଛନ୍ତି।
ଅନ୍ୟପକ୍ଷରେ ଆରସିବି ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ କିଣିଛି । ସେହିପରି ରିଚା ଘୋଷଙ୍କୁ ବାଙ୍ଗାଲୋର ୧.୯ କୋଟି, ୟସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟି, ହରଲିନ ଦେଓ୍ଵଲଙ୍କୁ ଗୁଜରାଟ ୪୦ ଲକ୍ଷରେ କିଣିନେଇଛି ।
ମୋଟ ଉପରେ ୫ ଦଳକୁ ସର୍ବାଧିକ ୬୦ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ଥିଲା। ସେମାନେ ୮୯ ଜଣ ଖେଳାଳିଙ୍କୁ ୫୯.୫୦ କୋଟିରେ କିଣିଛନ୍ତି। ଆରସିବି ଓ ଦିଲ୍ଲୀ ୧୮ ଜଣ ଲେଖାଏଁ ଖେଳାଳି କିଣିଥିବା ବେଳେ ମୁମ୍ବାଇ ଓ ଗୁଜରାଟ ୧୭ ଜଣ ଲେଖାଏ ଖେଳାଳିଙ୍କୁ କିଣିଛନ୍ତି। ସେହିପରି ୟୁପି ୧୬ ଜଣ ଖେଳାଳିଙ୍କୁ କିଣିଛି ।