ପ୍ରେମ କେବଳ ଗୋଟିଏ ସପ୍ତାହରେ ସୀମିତ ନୁହେଁ, ପ୍ରେମ ଚିରସ୍ଥାୟୀ ହେବା ଦରକାର
ସାଲେପୁର(କେନ୍ୟୁଜ୍): ପ୍ରେମ ଏମିତି ଏକ ଶବ୍ଦ ତାକୁ ଭାଷାରେ କହିବା ସମ୍ଭବ ନୁହେଁ। କିଏ ଜାଣେ କେତେ ବେଳେ କିଏ ବା ଭଲ ଲାଗେ ଆଉ ମିଶି ଯାଇଥାଏ ଦୁଇଟି ପବିତ୍ର ଆତ୍ମା। ଏମିତି ଶାଶ୍ବତ ଭଲପାଇବାରେ ଜୀବନ ବିତି ଚାଲେ ସବୁ ସୁଖ ଦୁଃଖ ଭିତରେ। ଏମିତି କି ଏବେବି ଅନେକ ପରିଣତରେ ମଧ୍ୟ ନିଜ ଭଲପାଇବାକୁ ଉଜବିତ କରି ରଖିଛନ୍ତି ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନିକଟବର୍ତ୍ତୀ ଗୋପପୁର ଗାଁର ବଂଶୀଧର ପଣ୍ଡା ଓ ମଞ୍ଜୁଲତା ଦେଇ । ଦୁହେଁ ଶିକ୍ଷକତା ଜୀବନ ରୁ ଅବସର ନେଇଛନ୍ତି। ଦୁହେଁ ଦୁହିଁଙ୍କୁ ଭଲପାଇ ବିବାହ କରି ଇତି ମଧ୍ୟରେ ୪୦ ବର୍ଷ ବିତି ଗଲାଣି। ନାତିନାତୁଣୀ ମଧ୍ୟ ଦେଖିଲେଣି । କିନ୍ତୁ ଏବେବି ଦୁହିଁଙ୍କ ଭଲ ପାଇବା ପୁରା ଶାଶ୍ବତ ରହିଛି । କେହି କାହାକୁ ଟିକେ ଛାଡ଼ି ରହି ପାରନ୍ତିନି।
ସେହିଭଳି ସେହି ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମର ପ୍ରଶାନ୍ତ କୁମାର ପରିଜା । ପ୍ରଥମ ଦେଖାରେ ଭଲ ପାଇ ବିଦ୍ଯୁତପ୍ରଭାଙ୍କୁ ବାହା ହୋଇଥିଲେ। ଏହାରି ଭିତରେ ୪୦ ବର୍ଷ ବିତି ଗଲାଣି। କିନ୍ତୁ ଦୁହିଁ ପ୍ରେମ ଓ ଭଲପାଇବା ଦେଖିଲେ ନିଶ୍ଚିନ୍ତ ଆଜିର ଯୁବପିଢିଙ୍କୁ ଏକ ଶିକ୍ଷା ଦେବ। ସେମାନଙ୍କ କହିବା ମୁତାବକ ବର୍ତ୍ତମାନ ଭଲ ପାଇବା ସେତେବେଳର ପ୍ରେମ ଭିତରେ ଆକାସ ପାତାଳ ପ୍ରଭେଦ । ଏବେକାର ଭଲ ପାଇବା ଓ ପ୍ରେମରେ କୌଣସି ବାସ୍ତବତା ନାହିଁ ଖାଲି କ୍ଷଣସ୍ଥାୟୀ ଲୋକ ଦେଖାଣିଆ ।
ଏମିତି ବସ୍ତବବାଦି ଦୁନିଆରେ ପ୍ରକ୍ରୁତ ଭଲପାଇବାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏହିଭଳି କିଛି ବ୍ୟକ୍ତି। ତେବେ ଆଜି ଭାଲେଣ୍ଟାଇନ୍ ଡେ । ପ୍ରେମ ସପ୍ତାହର ଅନ୍ତିମ ଦିନ। କିନ୍ତୁ ଧିରେ ଧିରେ ଏବେ ଏହା ଶସ୍ତା ହୋଇ ଯାଇଛି। ପ୍ରେମ କରିବା ମନା ନୁହେଁ କିନ୍ତୁ ଏହି ପ୍ରେମ ଚିରସ୍ଥାୟୀ ହେବା ଦରକାର। ପ୍ରେମ ସାସ୍ୱତ ପ୍ରେମ ଅତୁଟ ଦୁଇଟି ମନର ମିଳନ । ପ୍ରେମକୁ କେବଳ ଗୋଟିଏ ସପ୍ତାହରେ ସୀମିତ କରି ରଖ ନାହିଁ ଭଲ ପାଇବା ହୃଦୟରୁ ହେବା ଦରକାର ଭଲ ବୁଝାମଣା ହେବା ଦରକାର । ତେବେ ଫିଲ୍ମ ଭଳି ଭଲ ପାଇବା ଅନେକ ସମୟରେ ବିପଥ ଗାମୀ କରିଥାଏ ।