ଝାରସୁଗୁଡ଼ା(କେନ୍ୟୁଜ୍) : ଯେଉଁଠି ମନ ମିଶିଯାଏ ଦୂରତା ସେଠି ଛୋଟ ପଡ଼ିଯାଏ । କୈାଣସି ବାଧା ବନ୍ଧନ ତାକୁ ଅଟକାଇ ପାରେନା । ଏବେ କରୋନା କାଳରେ ସବୁଠି ଲକ୍ଡାଉନ୍ । ଜୀବନ ପ୍ରବାହରେ ପଡ଼ିଯାଇଛି ତାଲା । ହେଲେ କରୋନା କିନ୍ତୁ ବନ୍ଦ କରିପାରିନି ବର କନ୍ୟାଙ୍କର ମିଳନକୁ । ଦୂରରେ ଥାଇ ମଧ୍ୟ ସେମାନେ ଏକ ହୋଇଯାଇଛନ୍ତି ମୋବାଇଲ ଯୋଗେ ।
କରୋନା କଟକଣା ଯୋଗୁଁ କନ୍ୟା ଘରକୁ ବରଯାତ୍ରୀ ନେଇ ବାହାଘର ସମ୍ଭବ ହେଲାନାହିଁ। ତେଣୁ ବର ଓ କନ୍ୟା ଭିଡିଓ କଲିଂରେ ବିବାହ ବନ୍ଧନରେ ଅବଦ୍ଧ ହୋଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଝାରସୁଗୁଡାର ମଙ୍ଗଳବଜାର ନିବାସୀ ବର ମେହେନ୍ଦି ରେଜା(୩୪) ଓ ନାଗପୁରର କନ୍ୟା ତେହେରାନ ବାନୋ(୨୮) ଜୁଲାଇ ୨୨ ତାରିଖ ଦିନ ପରିବାରବର୍ଗଙ୍କ ସହମତି କ୍ରମେ ଭିଡିଓ କଲିଂରେ ବିବାହ କରିଛନ୍ତି ।
ଏନେଇ ମେହେନ୍ଦି କହିଛନ୍ତି ତାଙ୍କ ବାହାଘର ମାର୍ଚ୍ଚରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଲକଡାଉନ କାରଣରୁ ଏହାକୁ ସେମାନେ ଘୁଞ୍ଚାଇ ଦେଇଥିଲେ । ହେଲେ ଲକଡାଉନ ହଟିବାପରେ ସେମାନେ ଜୁଲାଇ ୨୨ରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ସେଠାକୁ ଯିବା ପାଇଁ ସମ୍ପର୍କୀୟମାନେ ଭୟ କରିଥିଲେ ।
ଅନ୍ୟପଟେ ମହାରାଷ୍ଟ୍ରରୁ ଝାରସୁଗୁଡା ଆସିଲେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାର ନିର୍ଦ୍ଦେଶ ରହିଛି । ତେଣୁ ଉଭୟ ବରଘର ଓ କନ୍ୟା ପକ୍ଷ ଏକତ୍ର ହୋଇ ନପାରିବାରୁ ହ୍ୱାଟ୍ସଆପ ଭିଡିଓ କଲରେ ବାହା ହେବାପାଇଁ ନିଷ୍ପତ୍ତି ନେଇଥିଲେ ।
ତାଙ୍କ ଧର୍ମ ଏଥିପାଇଁ ଅନୁମତି ଦେବାସହ ପରିବାରବର୍ଗଙ୍କ ସହମତି ମିଳିବାରୁ ବାହାଘର ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଏନେଇ ତେହେରନ କହିଛନ୍ତି ଭିଡିଓ କଲରେ ବିବାହର ଶପଥ ନେବା କଥା ସେ କେବେ ଭାବି ନଥିଲେ । ମେହେନ୍ଦିଙ୍କୁ ବାହା ହୋଇ ସେ ବହୁତ ଖୁସି ଅଛନ୍ତି ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…