ରାଜ୍ୟ

ଏବେବି ଗ୍ରୀନ୍‌ ଜୋନ୍‌ରେ କରୋନାରୁ ଅଛୁଆଁ ମୟୁରଭଞ୍ଜ, ପ୍ରଶଂସା ପାଇଁ ହକ୍‌ଦାର ଏମାନେ

ବାରିପଦା(କେନ୍ୟୁଜ): ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ସଂକ୍ରମଣ ମାଡି ଚାଲିଛି । ହେଲେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ଛୁଇଁ ପାରିନି କରୋନା । ବର୍ତ୍ତମାନ ସୁଦ୍ଧା ହୋଇଥିବା ସାମ୍ପଲ୍‌ ଟେଷ୍ଟରୁ ସମସ୍ତଙ୍କର ନେଗେଟିଭ୍‌ ଆସିଛି । ତେବେ ମୟୁରଭଞ୍ଜର ଗୋଟିଏ ପଟେ ପଶ୍ଚିମବଙ୍ଗ ସୀମା ଲାଗିଥିବା ବେଳେ ଅନ୍ୟପଟେ ବାଲେଶ୍ୱର ଏବଂ କେନ୍ଦୁଝର । ଏହି ସବୁ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଢେର୍‌ ଦୂରରେ ଅଛି ମୟୁରଭଞ୍ଜ ଜିଲ୍ଲା। ଆଉ ଏନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।


ଏପର୍ଯ୍ୟନ୍ତ ଗ୍ରୀନ୍‌ ଜୋନରେ ରହିଛି ମୟୁରଭଞ୍ଜ । ଏଯାଏ ଜିଲ୍ଲାରେ ପାଦ ରଖି ପାରିନି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ୧୫ ଶହ ୮୨ ଜଣଙ୍କର ସାମ୍ପଲ୍‌ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୪ ଶହ ୭୫ ଜଣଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ମୟୁରଭଞ୍ଜ ଜିଲ୍ଲାକୁ ଲାଗିକି ରହିଛି ପଶ୍ଚିମବଙ୍ଗ, ବାଲେଶ୍ୱର ଏବଂ କେନ୍ଦୁଝର । ଆଉ ଏହି ସବୁ ଜିଲ୍ଲାରେ ବାହାରିଛନ୍ତି କରୋନା ସଂକ୍ରମିତ । ହେଲେ କେମିତି କେଜାଣି କରୋନାର କଳା ନଜରରୁ ବର୍ତ୍ତିଯାଇଛି ମୟୁରଭଞ୍ଜ ।

ତେବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ, ପୋଲିସ୍‌ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ସଫେଇ କର୍ମଚାରୀ । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବା ସହ ଯାଞ୍ଚକୁ କଡାକଡି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି ଚଳାଚଳ କରିବାକୁ ଅନୁମତି ନିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇ ସାରିଛି କ୍ୱାରେଣ୍ଟାଇନ୍‌ ସେଣ୍ଟର । କୌଣସି ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଜିଳ୍ଲାପାଳ ।

ମୋଟାମୋଟି ଭାବେ ଜିଲ୍ଲାରେ ପ୍ରଶାସନର ପଦକ୍ଷେପ ବେଶ୍‌ ପ୍ରଶଂସନୀୟ । ଏହା ସହ ଲୋକମାନେ ମଧ୍ୟ ସଚେତନ ଅଛନ୍ତି । ଯେଉଁମାନଙ୍କ ଯୋଗୁ ଆଜି ସୁରକ୍ଷିତ ଭାବେ ଗ୍ରୀନ୍‌ଜୋନରେ ଅଛି ମୟୁରଭଞ୍ଜ ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

33 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

36 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

54 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

57 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago