ଏବେବି ଗ୍ରୀନ୍‌ ଜୋନ୍‌ରେ କରୋନାରୁ ଅଛୁଆଁ ମୟୁରଭଞ୍ଜ, ପ୍ରଶଂସା ପାଇଁ ହକ୍‌ଦାର ଏମାନେ

ବାରିପଦା(କେନ୍ୟୁଜ): ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ସଂକ୍ରମଣ ମାଡି ଚାଲିଛି । ହେଲେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ଛୁଇଁ ପାରିନି କରୋନା । ବର୍ତ୍ତମାନ ସୁଦ୍ଧା ହୋଇଥିବା ସାମ୍ପଲ୍‌ ଟେଷ୍ଟରୁ ସମସ୍ତଙ୍କର ନେଗେଟିଭ୍‌ ଆସିଛି । ତେବେ ମୟୁରଭଞ୍ଜର ଗୋଟିଏ ପଟେ ପଶ୍ଚିମବଙ୍ଗ ସୀମା ଲାଗିଥିବା ବେଳେ ଅନ୍ୟପଟେ ବାଲେଶ୍ୱର ଏବଂ କେନ୍ଦୁଝର । ଏହି ସବୁ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଢେର୍‌ ଦୂରରେ ଅଛି ମୟୁରଭଞ୍ଜ ଜିଲ୍ଲା। ଆଉ ଏନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।

MAYUR-2
ଏପର୍ଯ୍ୟନ୍ତ ଗ୍ରୀନ୍‌ ଜୋନରେ ରହିଛି ମୟୁରଭଞ୍ଜ । ଏଯାଏ ଜିଲ୍ଲାରେ ପାଦ ରଖି ପାରିନି ମହାମାରୀ କରୋନା । ବର୍ତ୍ତମାନ ସୁଦ୍ଧା ୧୫ ଶହ ୮୨ ଜଣଙ୍କର ସାମ୍ପଲ୍‌ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୪ ଶହ ୭୫ ଜଣଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ମୟୁରଭଞ୍ଜ ଜିଲ୍ଲାକୁ ଲାଗିକି ରହିଛି ପଶ୍ଚିମବଙ୍ଗ, ବାଲେଶ୍ୱର ଏବଂ କେନ୍ଦୁଝର । ଆଉ ଏହି ସବୁ ଜିଲ୍ଲାରେ ବାହାରିଛନ୍ତି କରୋନା ସଂକ୍ରମିତ । ହେଲେ କେମିତି କେଜାଣି କରୋନାର କଳା ନଜରରୁ ବର୍ତ୍ତିଯାଇଛି ମୟୁରଭଞ୍ଜ ।

MAYUR-3ତେବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ, ପୋଲିସ୍‌ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ସଫେଇ କର୍ମଚାରୀ । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବା ସହ ଯାଞ୍ଚକୁ କଡାକଡି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି ଚଳାଚଳ କରିବାକୁ ଅନୁମତି ନିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇ ସାରିଛି କ୍ୱାରେଣ୍ଟାଇନ୍‌ ସେଣ୍ଟର । କୌଣସି ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଜିଳ୍ଲାପାଳ ।

MAYUR-4ମୋଟାମୋଟି ଭାବେ ଜିଲ୍ଲାରେ ପ୍ରଶାସନର ପଦକ୍ଷେପ ବେଶ୍‌ ପ୍ରଶଂସନୀୟ । ଏହା ସହ ଲୋକମାନେ ମଧ୍ୟ ସଚେତନ ଅଛନ୍ତି । ଯେଉଁମାନଙ୍କ ଯୋଗୁ ଆଜି ସୁରକ୍ଷିତ ଭାବେ ଗ୍ରୀନ୍‌ଜୋନରେ ଅଛି ମୟୁରଭଞ୍ଜ ।

Leave A Reply

Your email address will not be published.